27.8 C
Bhubaneswar
Sunday, May 31, 2026
Homeଖେଳଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ; ଧୋନି ବ୍ରାଣ୍ଡ ଆମ୍ବାସଡର୍ ନିଯୁକ୍ତ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ; ଧୋନି ବ୍ରାଣ୍ଡ ଆମ୍ବାସଡର୍ ନିଯୁକ୍ତ

ରାଞ୍ଚି: ପୂର୍ବତନ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପ୍‌ଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ଏକ ବଡ଼ ଦାୟିତ୍ୱ ମିଳିଛି। ବିଧାନସଭା ନିର୍ବାଚନ ପାଇଁ ଧୋନିଙ୍କୁ ରାଜ୍ୟର ବ୍ରାଣ୍ଡ୍ ଆମ୍ବାସଡର୍ ନିଯୁକ୍ତ କରାଯାଇଛି। ସେ ନିର୍ବାଚନ କମିଶନ୍‌ଙ୍କ ସଚେତନତା କାର୍ଯ୍ୟକ୍ରମ ସ୍ୱିପ୍‌ର ଅଂଶବିଶେଷ ହେବେ। ଧୋନି ମତାଦାତାଙ୍କୁ ଭୋଟ୍ ଦେବାପାଇଁ ଅପିଲ୍ କରିବେ। ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବି କୁମାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ ରବିବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏ ନେଇ ସେ ନିର୍ବାଚନ କମିଶନ୍‌ଙ୍କୁ ପତ୍ର ଲେଖିଛନ୍ତି। ନିର୍ବାଚନ କମିଶନ ସ୍ୱିପ୍ କାର୍ଯ୍ୟକ୍ରମରେ ତାଙ୍କ ଫଟୋର ଉପଯୋଗ କରିବେ। ରବି କୁମାର କହିଛନ୍ତି, ମତଦାତାଙ୍କ ଅଧିକରୁ ଅଧିକ ଭୋଟ ଦେବାପାଇଁ ତାଙ୍କ ଅନୁରୋଧର ଉପଯୋଗ ମତଦାନ ପ୍ରତିଶତ ବୃଦ୍ଧି କରିବ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking