32.1 C
Bhubaneswar
Saturday, May 4, 2024
Homeଅପରାଧଲଜ୍ଜା; ବିଧବା ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଲଜ୍ଜା; ବିଧବା ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଫୁଲବାଣୀ: କନ୍ଧମାଳରେ ଲଜ୍ଜା । ପାଶବିକତାରୁ ବର୍ତ୍ତିଲେନି ବିଧବା ମହିଳା । ଜିଲ୍ଲାରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ହୋଇଛି । ଘଟଣାର ୧୦ ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଧୀନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଗିରଫ ଅଭିଯୁକ୍ତ ହେଉଛି ସୁଜେଲି ଗ୍ରାମର ବିଶିକେଶନ ପ୍ରଧାନ, ବୟସ ୪୫ ବର୍ଷ ।

ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା । ସୂଚନା ଅନୁଯାୟୀ, ଗତ ୮ ତାରିଖ ଦିନ ବିଶିକେସନ ଜଣେ ୩୫ ବର୍ଷୀୟା ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ମହିଳା ଜଣଙ୍କ ଜି ଉଦୟଗିରି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ନା’ରେ ଏକ ମାମଲା ରୁଜୁ କରିଥିଲେ । ଏହାପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଥିଲେ । ୯ ଦିନର ତଦନ୍ତ ପରେ ଗୁରୁବାର ଅଭିଯୁକ୍ତ ବିଶିକେଶନ ପ୍ରଧାନକୁ ଗିରଫ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking