28.1 C
Bhubaneswar
Friday, April 26, 2024
Homeଅପରାଧଲଜ୍ଜା: ହୋଟେଲରେ ୧୫ ବର୍ଷ ନାବାଳକ ସହ ଦୁଷ୍କର୍ମ

ଲଜ୍ଜା: ହୋଟେଲରେ ୧୫ ବର୍ଷ ନାବାଳକ ସହ ଦୁଷ୍କର୍ମ

ନୂଆଦିଲ୍ଲୀ : ସୀମା ଟପିଲା ଯୌନ ଲାଳସା । ଜଣେ ୨୪ ବର୍ଷୀୟ ମହିଳାଙ୍କୁ ୧୫ ବର୍ଷୀୟ ନାବାଳକ କଲା ଦୁଷ୍କର୍ମ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଦେହରାଦୁନରେ ।

ଦେହରାଦୁନର ଏକ ୫ ତାରକା ହୋଟେଲର ଲେଡିଜ୍ ୱାସରୁମରେ ଏକ ୧୫ ବର୍ଷୀୟ ନାବାଳକ ଜଣେ ୨୪ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ନାବାଳକ ଜଣକ ଛତିଶଗଡ଼ର ହୋଇଥିବା ବେଳେ ପୀଡ଼ିତା ମହିଳା ଜଣକ ପଶ୍ଚିମବଙ୍ଗର । ତେବେ ଅଭିଯୁକ୍ତ ନାବାଳକକୁ ପୋଲିସ ନିଜ ହେପାଜତକୁ ନେଇଛି ।

ସୂଚନା ଅନୂଯାୟୀ, ଶୁକ୍ରବାର ସକାଳେ ଯେତେବେଳେ ମହିଳା ଜଣକ ହୋଟେଲର ଲେଡିଜ୍ ୱାସରୁମରେ ନିଜ ମୋବାଇଲ ଚାର୍ଜ ବସାଇବାକୁ ଯାଇଥିଲେ, ସେହି ସମୟରେ ଅଭିଯୁକ୍ତ ସେହି ୱାସରମକୁ ଆସିଥିଲା ଏବଂ ତାଙ୍କ ସହ କଥା ହେବାକୁ ଆରମ୍ଭ କରିଥିଲେ ।

ପୀଡ଼ିତା ମହିଳା ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ ସେ ଅଭିଯୁକ୍ତକୁ ଲେଡିଜ୍ ୱାସରୁମକୁ କିପରି ଆସିଥିଲେ ବୋଲି ପ୍ରଶ୍ନ କରିଥିଲେ ବୋଲି ମଧ୍ୟ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନେ ଭିଜିଟର ଏବଂ ଅତିଥିଙ୍କ ସହ କଥା ହୁଅନ୍ତି ନାହିଁ ଏବଂ ତାଙ୍କୁ ତୁରନ୍ତୁ ଲେଡିଜ୍ ୱାସରୁମରୁ ବାହାରିଯିବାକୁ କହିଥିଲେ । କିନ୍ତୁ ସେ ସେଠରୁ ଯିବା ବଦଳରେ ୱାସରୁମର ଡୋର ଲକ୍ କରିଦେଇଥିଲା ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ଡୋର ବନ୍ଦ ଥିବାରୁ କେହି ତାଙ୍କ ପାଟି ଶୁଣିପାରିନଥିଲେ ଏବଂ ତାଙ୍କୁ ଉଦ୍ଧାର କରିପାରିନଥିଲେ ।

ପୋଲିସର ସୂଚନା ଅନୂଯାୟୀ ଅଭିଯୁକ୍ତ ନାବାଳକ ଜଣକ ନିଜ ପରିବାର ସହ ହୋଟେଲରେ ଗତ ଦୁଇଦିନରୁ ରହୁଥିଲେ ଏବଂ ଶୁକ୍ରବାର ମଧ୍ୟାହ୍ନରେ ସେମାନେ ସେଠାରୁ ଯିବାର ଥିଲା । ତେବେ ଶନିବାର  ନାବାଳକୁ  ଜୁଭେନାଇଲ କୋର୍ଟରେ ହାଜର କରିବା ପରେ ହରିଦ୍ୱାର ବାଳସୁଧାର ଗୃହକୁ ପଠାଯାଇଛି । ମହିଳା ଜଣକ ବିବାହିତ ଏବଂ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।

ରାଜପୁର ପୋଲିସ ଷ୍ଟେସନ ଅଧିକାରୀ ମୋହନ ସିଂହ କହିଛନ୍ତି ଯେ ପୀଡ଼ିତଙ୍କ ବୟାନ ଅନୂଯାୟୀ ଏଫଆଇଆର ରୁଜୁ ହୋଇଛି । ସେ କହିଛନ୍ତି ଆଇପିସି ଧାରା ୩୭୬ ଅନୂଯାୟୀ ମାମଲା ରୁଜୁ ହୋଇଛି । ମହିଳାଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସେପଟେ ହୋଟେଲର ତରଫରୁ କୁହାଯାଇଛି ଯେ ଅତିଥି ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା । ପୋଲିସ ସହ ଆମେ ସଂପୂର୍ଣ୍ଣ ସହଯୋଗ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking