38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶବିଶ୍ୱର ସବୁଠାରୁ ବିଷାକ୍ତ ଜୀବ

ବିଶ୍ୱର ସବୁଠାରୁ ବିଷାକ୍ତ ଜୀବ

ନୂଆଦିଲ୍ଲୀ: ପ୍ରକୃତି ପ୍ରତ୍ୟେକ ଜୀବକୁ ନିଜ ସୁରକ୍ଷା ପାଇଁ କିଛି ନା କିଛି ଉପାୟ ଦେଇଥାଏ । ଏହି ଉପାୟ ଦ୍ୱାରା ଜୀବମାନଙ୍କୁ ଶିକାର କରିବାରେ ସାହାଯ୍ୟ ମିଳିଥାଏ । ଜୀବମାନେ ଦେହରେ ଥିବା ସ୍ୱତନ୍ତ୍ର ଶକ୍ତି ଦ୍ୱାରା ଶିକାର କରିବା ସହ ନିଜର ସୁରକ୍ଷା ମଧ୍ୟ କରିଥାନ୍ତି । ପ୍ରାୟ ପ୍ରତ୍ୟେକ ଜୀବ ଦେହରେ କିଛି ପରିମାଣରେ ବିଷ ରହିଛି । ଏଥି ପାଇଁ ବିଶ୍ୱର ସବୁଠାରୁ ଭୟଙ୍କର ଜୀବ କିଏ ତାହା ଜାଣିବା ସାମାନ୍ୟ କଷ୍ଟ ହୋଇଥାଏ । ତେବ ଆସନ୍ତୁ ଜାଣିବା କିଏ ବିଶ୍ୱର ସବୁଠାରୁ ଅଧିକ ବିଷାକ୍ତ ଜୀବ ।

ସାଧାରଣ ମଣିଷ ନିଜ ହିସାବରେ କେଉଁ ଜୀବଟି ଅଧିକ ବିଷାକ୍ତ ଓ କେଉଁ ଜୀବଟି କମ ତାହା ମାନି ନେଇଥାଏ । କେତେକଙ୍କ ପାଇଁ ବାଘ ସବୁଠାରୁ ହିଂସ୍ର ଜୀବ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ କୁମ୍ଭୀର ସବୁଠାରୁ ହିଂସ୍ର ହୋଇଥାଏ । କିନ୍ତୁ ଆଜି ଆପଣମାନେ ଏମିତି ଏକ ଜୀବ ବିଷୟରେ ଜାଣିବେ ଯାହାକୁ ବୈଜ୍ଞାନିକମାନେ ମଧ୍ୟ ସବୁଠାରୁ ବିଷାକ୍ତ ଜୀବ ବୋଲି ମାନିଛନ୍ତି । ଏହି ଜୀବକୁ ସବୁଠାରୁ ବିଷାକ୍ତ କହିବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଜୀବମାନଙ୍କୁ ଭୟଙ୍କର ବୋଲି କହିବାର ବିଭିନ୍ନ କାରଣମାନ ରହିଛି । କିଛି ଜୀବ ଅଧିକ ବିଷାକ୍ତ ଥିବାବେଳେ ଆଉ କିଛି ଜୀବମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ । ଏପରିକି ଆଉ କେତକ ଜୀବ ଅଛନ୍ତି ଯେଉଁ ମାନେ ତାଙ୍କ ଶକ୍ତି ପାଇଁ ବିଖ୍ୟାତ । କିନ୍ତୁ ବୈଜ୍ଞାନିକଙ୍କ ଅନୁସାରେ ବିଶ୍ୱର ସବୁଠାରୁ ବିଷାକ୍ତ ଜୀବ ହେଉଛି ‘ଜିଓଗ୍ରାଫି କୋନ ସ୍ନେଲ’ । ଏହି ଛୋଟ ଜୀବ ଭାରତ-ପ୍ରଶାନ୍ତ ମହାସାଗରର ଚଟାଣରେ ଦେଖିବାକୁ ମିଳିଥାଏ । ଏହି ଜୀବମାନେ ଏତେ ବିଷାକ୍ତ ହୋଇଥାନ୍ତି ଯେ କାମୁଡ଼ିବାର କିଛି ସମୟ ମଧ୍ୟରେ ହିଁ ମଣିଷର ମୃତ୍ୟୁ ନିଶ୍ଚିତ ହୋଇଯାଏ । ରିସର୍ଚ୍ଚ ଅନୁସାରେ ଏହି ଜୀବ କାମୁଡ଼ିବା ଦ୍ୱାରା ୩୦ ଜଣ ସମୁଦ୍ର ବୁଡ଼ାଳୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାର ଆକ୍ରମଣ ପରେ ଯତ।।ୀଘ୍ର ରୋଗୀକୁ ଡାକ୍ତରଖାନା ନିଆ ନ ଗଲେ ଲୋକଟିର ମୃତ୍ୟୁ ହେବା ନିଶ୍ଚିତ ଥାଏ । ବର୍ତ୍ତମାନ ସୁଦ୍ଧା ଏହି ବିଷାକ୍ତ ଜୀବର ବିଷ ନଷ୍ଟ କରିବା ପାଇଁ କୌଣସି ଔଷଧ ବାହାର କରାଯାଇ ପାରି ନାହିଁ । ତେଣୁ ବୈଜ୍ଞାନିକମାନେ ମଧ୍ୟ ଏହି ଜିଓଗ୍ରାଫି କୋନ ସ୍ନେଲ ଜଚୀବକୁ ବିଶ୍ୱର ସବୁଠାରୁ ବିଷାକ୍ତ ଜୀବ ବୋଲି ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking