38.1 C
Bhubaneswar
Wednesday, May 1, 2024
Homeଅପରାଧ‘ଏନ୍‌ସିବି’ ପଚରାଉଚ୍ଚରା ବେଳେ ବିକଳ ହୋଇ କାନ୍ଦି ପକାଇଲେ ଆର‌୍ୟନ୍  

‘ଏନ୍‌ସିବି’ ପଚରାଉଚ୍ଚରା ବେଳେ ବିକଳ ହୋଇ କାନ୍ଦି ପକାଇଲେ ଆର‌୍ୟନ୍  

ମୁମ୍ବାଇ: ଏନ୍‌ସିବି ଦ୍ୱାରା ଗିରଫ ହୋଇଥିବା ଆର‌୍ୟନ୍ ଖାନ୍ ପଚରାଉଚରା ବେଳେ ବିକଳ ହୋଇ କାନ୍ଦି ପକାଇଥିବା କଥା ଜଣାପଡ଼ିଛି । ରବିବାର ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍‌ରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର‌୍ୟନ୍ ଖାନ୍‌ଙ୍କୁ ଗିରଫ କରାଯାଇଥିଲା । ‘ଏନ୍‌ସିବି’ ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ପଚରାଉଚରା ସମୟରେ ଖୁବ୍ ଅଧୀର ହୋଇ କାନ୍ଦି ଚାଲିଥିଲେ । ପ୍ରାୟ ୪ ବର୍ଷ ହେଲା ସେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି । ଗିରଫ ଆର‌୍ୟନ୍‌ଙ୍କୁ ‘ଏନ୍‌ସିବି’ ଅଧିକାରୀମାନେ ଶାହାରୁଖ ଖାନ୍‌ଙ୍କ ସହ ପ୍ରାୟ ଦୁଇ ମିନିଟ୍ କଥାବାର୍ତ୍ତା କରିବାକୁ ସୁଯୋଗ ଦେଇଥିଲେ । ‘ଏନ୍‌ସିବି’ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଇଂଲଣ୍ଡ୍‌, ଦୁବାଇ ଏବଂ ଅନ୍ୟ ଦେଶମାନଙ୍କରେ ଥିବା ବେଳେ ମଧ୍ୟ ଆର‌୍ୟନ୍ ଖାନ୍ ମାଦକ ଦ୍ରବ୍ୟ ସେବନ କରୁଥିଲେ । ରବିବାର‘ରେଭ୍ ପାର୍ଟି’ରୁ ଅଟକ ଥିବା ସମୁଦାୟ ୮ଜଣଙ୍କୁ ‘ଏନ୍‌ସିବି’ ଗିରଫ କରିଥିଲା । ଆର‌୍ୟନ୍ ଖାନ୍‌ଙ୍କ ବ୍ୟତୀତ ଏଥିରେ ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୁନ୍‌ମୁନ୍ ଧାମେଚା, ଅର୍ବାଜ୍ ମର୍ଚାଣ୍ଟ୍‌, ଇଶ୍‌ମିତ୍ ସିଂହ, ମୋହକ ଜସ୍‌ୱାଲ୍‌, ଗୋମିତ ଚୋପ୍ରା, ନୂପୁର ସାରିକା ଏବଂ ବିକ୍ରାନ୍ତ ଛୋର୍କ । ଆର‌୍ୟନ୍ ଖାନ୍ ଏବଂ ଅର୍ବାଜ୍‌ଙ୍କ ବନ୍ଧୁତ୍ୱ ପ୍ରାୟ ୧୫ ବର୍ଷ ପୁରୁଣା । ଆର‌୍ୟନ୍ ଖାନ୍‌, ମୁନମୁନ୍ ଧାମେଚା ଏବଂ ଅର୍ବାଜ୍ ମର୍ଚାଣ୍ଟ୍‌ଙ୍କୁ ରବିବାର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ‘ଏନ୍‌ସିବି’ ହାଜତକୁ ରିମାଣ୍ଡ୍‌ରେ ପଠାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking