39.8 C
Bhubaneswar
Thursday, April 18, 2024
Homeଅପରାଧଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ଗୋଟିଏ ମାସରେ ୭ ମହିଳାଙ୍କ ସହ.....

ଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ଗୋଟିଏ ମାସରେ ୭ ମହିଳାଙ୍କ ସହ…..

ଲଣ୍ଡନ : କିଛିଦିନ ହେବ ଲଣ୍ଡନରେ ସିରିୟଲ୍ ସେକ୍ସ ଆକ୍ରମଣକାରୀର ଉତ୍ପାତ ବଢ଼ି ଯାଇଛି । ସେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛି । ସୂଚନା ଅନୁଯାୟୀ, ଏହି ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ବି ସୂଚନା ମିଳିପାରି ନାହିଁ । ଏହି ଆକ୍ରମଣକାରୀ ଗତ ଏକ ମାସ ଭିତରେ ସାତଜଣ ମହିଳାଙ୍କୁ ନିଜର ଶିକାର ବନାଇଛି । କୁହାଯାଉଛି ଯେ ସେ ଯେଉଁ ମହିଳାଙ୍କୁ ନିଜ ଶିକାର ବନାଇଥାଏ, ପ୍ରଥମେ ସାଇକେଲ ଯୋଗେ ସେମାନଙ୍କୁ ଗୋଡ଼ାଇଥାଏ । ଘଟଣାଗୁଡ଼ିକ ୩୦ ଅଗଷ୍ଟରୁ ୨୯ ସେପ୍େଟମ୍ବର ମଧ୍ୟରେ ଘଟିଥିବା ପୋଲିସ କହିଛି । ପୋଲିସର କହିବା ଅନୁଯାୟୀ, ଏହି ସେକ୍ସ ଆକ୍ରମଣର ଅଧିକାଂଶ ଘଟଣା ପୂର୍ବ ଲଣ୍ଡନର ଟାୱାର ହେମଲେଟ୍ସ ଅଞ୍ଚଳରେ ଘଟିଛି । ତେବେ ଆକ୍ରମଣକାରୀ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି କୁହାଯାଉଛି । ମହିଳାମାନଙ୍କୁ ଶିକାର ବନାଇବା ସମୟରେ ସେ ଚାରିଥର ମାଷ୍ଟରବେଟ୍ ମଧ୍ୟ କରିଛି । ଅପରାଧ ଘଟାଇବା ବେଳେ ସେ ଏକ ମାସ୍କ, ଧୂସର ରଙ୍ଗର ଜଦର୍ ସହିତ ଏକ କଳା ଜିପ୍ ହୁଡି ପିନ୍ଧିଥାଏ । ତା’ର ସାଇକେଲ ବ୍ଲାକ୍‌, ସିଲଭର ରଙ୍ଗର ବୋଲି କୁହାଯାଉଛି । ଏହି ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ସମସ୍ତ ପ୍ରକାର ପ୍ରୟାସ କରୁଛି । ଯଦି କାହା ପାଖରେ ଅଭିଯୁକ୍ତ ବିଷୟରେ କୌଣସି ସୂଚନା ଥାଏ, ତେବେ ସେ ପୋଲିସକୁ ଜଣାଇ ପାରିବେ । ପ୍ରଥମ ଘଟଣା ଅଗଷ୍ଟ ୩୦ ସକାଳ ୧୧ଟାରେ ଘଟିଥିଲା । ଦ୍ୱିତୀୟ ଘଟଣା ୩୧ ତାରିଖ ରାତି ୧୦ଟା ୨୦ରେ ଘଟିଥିଲା । ତୃତୀୟ ଘଟଣା ମଧ୍ୟ ସେହିଦିନ ସକାଳ ୧୦ଟା ୨୫ ଏବଂ ଚତୁର୍ଥ ଘଟଣା ସକାଳ ୧୧ଟା ୪୫ରେ ଘଟିଥିଲା । ସେହିପରି ପଞ୍ଚମ ଘଟଣା ସେପ୍େଟମ୍ବର ୨ ସନ୍ଧ୍ୟା ୬ଟା ୪୫ରେ ଘଟିଥିବା ବେଳେ ସପ୍ତମ ଘଟଣା ସେପ୍େଟମ୍ବର ୨୮ ରାତି ୧୧ଟା ୪୦ରେ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking