33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୧୫ ଅକ୍ଟୋବରରୁ ସ୍କୁଲ ଖୋଲିବାକୁ ପ୍ରସ୍ତୁତି

୧୫ ଅକ୍ଟୋବରରୁ ସ୍କୁଲ ଖୋଲିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: କେନ୍ଦ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍-୫ର ଗାଇଡଲାଇନ୍ ଜାରି ହୋଇସାରିଛି । ଏହା ପରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ସରକାର ଏକ ଶକ୍ତ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି ।

ଗାଇଡଲାଇନ୍ ମୁତାବକ, ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହକୁ ପ୍ରବେଶ ପାଇଁ ଚାପ ପକାଯିବ ନାହିଁ । ଏପରିକି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପାଇଁ ଅଭିଭାବକମାନଙ୍କର ଏକ ଲିଖିତ ଅନୁମତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ସହ ସ୍କୁଲଗୁଡିକର ଅନଲାଇନ୍ କ୍ଲାସ ପୂର୍ବ ପରି ଜାରି ରହିବ ।

ଏହା ସହ କେନ୍ଦ୍ର ସରକାର କହିଛନ୍ତି ଯେ, ‘ ୧୫ ଅକ୍ଟୋବରରୁ ସ୍କୁଲ ଖୋଲିବ ନା ନାହିଁ , ତାହା ରାଜ୍ୟ ସରକାର ନିଜର ସ୍ଥିତି ଓ ପ୍ରସ୍ତୁତି ଦେଖି ନିଷ୍ପତ୍ତି ନେବେ । ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ମାମଲାକୁ ଆକଳନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସ୍କୁଲ-କଲେଜ କିମ୍ବା ଶିକ୍ଷାନୁଷ୍ଠାନ ଖୋଲିବା ସମୟରେ ରାଜ୍ୟ ସରକାର ଏବଂ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏସଓପି ଅନୁସରଣ କରିବା ବାଧ୍ୟତାମୂଳକ ହେବ । ୧୫ ଅକ୍ଟୋବରରୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପିଏଚଡି ଏବଂ ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଲାବୋରେଟୋରୀ / ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ଖୋଲିବ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking