27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନିୟମ ନ ମାନିଲେ ମିଠା ଦୋକାନୀ ଗଣିବେ ୨ ଲକ୍ଷ ଜରିମାନା

ନିୟମ ନ ମାନିଲେ ମିଠା ଦୋକାନୀ ଗଣିବେ ୨ ଲକ୍ଷ ଜରିମାନା

ଭୁବନେଶ୍ୱର : ଏଣିକି ବ।ସିମିଠା ବିକ୍ରି କରିବା ଦୋକାନୀଙ୍କୁ ପଡିବ ମହଙ୍ଗା । ଦେଶର ସମସ୍ତ ମିଠା ଦୋକାନୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଏଫଏସଏସଏଆଇ । ଏଣିକି ମିଠା ଟ୍ରେରେ ଲାଗିବ ଏକ୍ସପାଏରି ଡେଟ୍ । ଏହି ନିୟମ ନମାନିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହି ନିୟମ ଲାଗୁ ହୋଇଛି ।

ସୂଚନା ଯୋଗ୍ୟ,  ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନୁ ଦିନ ବଢିବାରେ ଲାଗିଛି ।  ଆଜି ପୁଣି ୩୦ ଜିଲ୍ଲାରୁ ୩୬୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୧ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଓ କଟକରୁ ୩୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୦, ବଲେଶ୍ୱରରୁ ୧୦୭, ବରଗଡରୁ ୧୦୬, ଯାଜପୁରରୁ ୧୩୯, କେନ୍ଦ୍ରାପଡାରୁ ୧୨୯. କେନ୍ଦୁଝରରୁ ୧୦୬, ମୟୂରଭଞ୍ଜରୁ ୧୫୬,ନବରଙ୍ଗପୁରରୁ ୧୧୬, ପୁରୀରୁ ୧୧୫, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking