32.1 C
Bhubaneswar
Sunday, April 28, 2024
Homeଓଡିଶାପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ସ୍କୁଲ ଖୋଲାଯିବା ନେଇ ଅଗଷ୍ଟ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଏସଆରସି ଗାଇଡଲାଇନରେ ସ୍କୁଲ ଖୋଲିବା ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେବ ବୋଲି କହିଛନ୍ତି। ଦଶମ, ଦ୍ବାଦଶ ପାଇଁ ଖୋଲିଛି, ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ। ଏକାଦଶ ପାଇଁ ନାମଲେଖା ହୋଇନି; ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ। ପିଲା ସ୍କୁଲ ଯିବାକୁ ଆଗ୍ରହୀ, ବିଚାର କରି ଏସଆରସି ନିଷ୍ପତ୍ତି ନେଇଛନ୍ତି ବୋଲି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ବିଭାଗମାନେ ନିଷ୍ପତ୍ତି ନେଇ ପାରିବେ ବୋଲି ଗତକାଲି ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍ ଆସିଛି। ଏବେ ଏ ସଂପର୍କରେ ବିସ୍ତୃତ ଭାବେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ତା’ପରେ ଯାଇ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ଦ୍ୱାଦଶ ଓ ଦଶମ ଶ୍ରେଣୀ ଖୋଲା ସରିଛି। ନବମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇସାରିଛି। ଏକାଦଶ ଶ୍ରେଣୀ ପାଇଁ ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଆଉ ରହିଲା ପ୍ରଥମରୁ ଅଷ୍ଟମ। ଏ ସଂପର୍କରେ ଏସ୍‌ଆର୍‌ସିଙ୍କର ଯାହା ପରାମର୍ଶ ବା ନିଷ୍ପତ୍ତି ରହିଛି, ତାକୁ ତର୍ଜମା କରି ବିଭାଗ ନିଷ୍ପତ୍ତି ନେବ। ସେ କହିଛନ୍ତି, ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ତ ସେହି ଦୃଷ୍ଟିକୋଣକୁ ବିଚାରକୁ ନେଇ ଏସ୍‌ଆର୍‌ସି ଏମିତି ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking