28.1 C
Bhubaneswar
Wednesday, May 15, 2024
Homeଓଡିଶାବଲାଙ୍ଗିର ପୋଲିସକୁ ବଡ ସଫଳତା : ଆତ୍ମ ସମର୍ପଣ କଲେ କ୍ୟାଡର ମାଓବାଦୀ ସୁରଜନ 

ବଲାଙ୍ଗିର ପୋଲିସକୁ ବଡ ସଫଳତା : ଆତ୍ମ ସମର୍ପଣ କଲେ କ୍ୟାଡର ମାଓବାଦୀ ସୁରଜନ 

ବାଲାଙ୍ଗିର: ମାଓ ଅଧ୍ୟୁଷିତ ବଲାଙ୍ଗିର ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି । ତାସହ ମାଓବାଦ ଦମନ ଓ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ନେଇ ବଲାଙ୍ଗିରରେ ନୂଆଁ ଆଶାର ସଞ୍ଚର ହୋଇଛି । ଆଜି ସିପିଆଇ (ମାଓବାଦୀ) ଦଳର ସକ୍ରିୟ ସଦସ୍ୟ ତଥା କେକେବିଏନ୍ ଡିଭିଜନର ଏରିଆ କମାଣ୍ଡର ଆଇତୁ କୋରସା (୨୩) ଓରଫ ସୁରଜନ ବଲାଙ୍ଗିର ପୋଲିସ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତିି । ସୁରଜନ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅନ୍ତର୍ଗତ ମନକେଲି ଗ୍ରାମର ସୋନା କୋରସାଙ୍କ ପୁଅ ବୋଲି ଜଣା ପଡିଛି । ବଲାଙ୍ଗିର ପୋଲିସ ଅଫିସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ବଲାଙ୍ଗିର ଏସପି ନୀତିନ କୁଶଲକର, ସିଆରପିଏଫ କମାଣ୍ଡେନ୍ଟ ଜୋଗେଶ୍ୱର ସିଂ ମୋର୍ଯ୍ୟାଙ୍କ ଉପସ୍ଥିତିରେ ଆଇତୁ କୋରସା ବିଧିବଦ୍ଧ ଭାବେ ଆତ୍ମସମର୍ପଣ କରିଥିଲେ । ବଲାଙ୍ଗିର ପୋଲିସ ଆଇତୁଙ୍କୁ ଫୁଲ ତୋଡା ଦେଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ୱାଗତ କରିଥିଲେ । ଆଇତୁଙ୍କ ମୁଖ୍ୟ ସ୍ରୋତକୁ ପ୍ରତ୍ୟାବର୍ତନ, ମାଓ ଅଧିଷ୍ୟୁତ ବଲାଙ୍ଗିରର ଅନେକ ପଥଭ୍ରଷ୍ଟ ଯୁବକ ଯୁବତୀ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବ ବୋଲି ପୋଲିସ ଆଶା ବାନ୍ଧିଛି ।

ପ୍ରକାଶ ଯେ, ସୁରଜନଙ୍କୁ ପିଲା ଦିନରୁ ମାଓ ଆଦର୍ଶ ବିଷୟରେ ଶିକ୍ଷା ଦିଆଯାଇଥିଲା । ସପିଆଇ(ମାଓବାଦୀ)ରେ ଯୋଗ ଦେବା ପୂର୍ବରୁ ସେ ନିଜ ଗାଁ ବାଲସଂଗଠନରେ କାମ କରୁଥିଲେ । ମାଓ ନେତା ଦିନେଶଙ୍କ ଦ୍ୱାର ପ୍ରଭାବିତ ହେବା ସହ ତାଙ୍କ ଅଧିନରେ ୧୦ ଦିନ ଟ୍ରେନିଂ ମଧ୍ୟ ଗ୍ରହଣ କରିଥିଲେ ।୨୦୧୩ରେ ବିବିଏମ ଡିଭୀଜନର ପାର୍ଟି ମେମ୍ବର ହେବା ପରେ ପ୍ରଥମ କରି ବନ୍ଧୁକ ଧାରଣ କରିଥିଲେ । ୨୦୧୬ ରେ ତାଙ୍କୁ କେକେବିଏନ ଡିଭିଜନରେ ସ୍ତାନାନ୍ତରିତ କାରାଯାଇ, ୨୦୧୮ରେ କୋଡାଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟି ଏସିଏମ କ୍ୟାଡର ଦିଆଯାଇଥିଲା । ୨୦୧୭ ଡିସେମ୍ବର ଗୋଛାପଡା ଥାନା ଅଂଚଳରେ ଆଇଡି ବିସ୍ଫୋରଣ, ୨୦୧୯ରେ କୋଡାଙ୍ଗା ଅଂଚଳରେ ଗୁଳି ବିନିମୟ ଓ ନିର୍ବାଚନ ସମୟରେ ଯାନ ବାହାନ ପୋଡି, ୨୦୨୦ ଖୌନଖମନ ଅଂଚଳରେ ଆଇଡି ବିଷ୍ଫୋରଣ, ୨୦୨୧ କାଡାଙ୍ଗା ଗୁଳି ବିନିମୟ ଓ ୨୦୨୧ ଫିରିଙ୍ଗିଆ ଥାନା ଅଂଚଳରେ ଗୁଳି ବିନିମୟରେ ସୁରଜନ ସାମିଲ ଥିବା ପୋଲିସ କହିଛି । ସେହିପରି ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା, ଜଙ୍ଗଲ ଭିତରେ ସ୍ୱାସ୍ଥ୍ୟବସ୍ଥାର ଅଭାବ, ମାଓ କ୍ୟମ୍ପରେ ଆଦିବାସୀମାନଙ୍କ ପ୍ରତି ଭେଦଭାବ, ବିକାଶଶୀଳ ସରକାରୀ ବ୍ୟବସ୍ଥା ତଥା ଶନ୍ତିପୁର୍ଣ୍ଣ ଜିବନର ମୋହ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆକୃଷ୍ଟ କରିଥିବା ନିଜେ ସୁରଜନ କହିଛନ୍ତିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking