36.1 C
Bhubaneswar
Saturday, May 4, 2024
Homeଓଡିଶାସ୍କୁଲ ବସ୍‌କୁ ଲାଗିଲା ବଡ଼ ଜରିମାନା : ଏକା ଥରକେ ୪ ଲକ୍ଷ ଟଙ୍କା

ସ୍କୁଲ ବସ୍‌କୁ ଲାଗିଲା ବଡ଼ ଜରିମାନା : ଏକା ଥରକେ ୪ ଲକ୍ଷ ଟଙ୍କା

କୋରାପୁଟ : ସ୍କୁଲ ବସ୍‌କୁ ଲାଗିଲା ବଡ଼ ଜରିମାନା । ଗୋଟିଏ କି ଯୋଡ଼ିଏ ନୁହେଁ ଏକା ଥରକେ ୪ ଲକ୍ଷ ଟଙ୍କା ଜରିମାନା ଲଗାଇଲା ପରିବହନ ବିଭାଗ । ଏଭଳି ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାରୁ । କୋରାପୁଟରେ ଆଜି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌କୁ ଧରିଥିଲା । ଫିଟନେସ୍ ଯାଞ୍ଚ ବେଳେ ଏହି ସ୍କୁଲ ବସକୁ ଜରିମାନା ଲଗାଯାଇଛି । ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି । ସୂଚନାଯୋଗ୍ୟ, ଆଜିଠୁ ସାରା ରାଜ୍ୟରେ ଧରପଗଡ଼ ଆରମ୍ଭ ହୋଇଛି ।

ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି କରାଯାଇଛି । ଆସନ୍ତା ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍‌, ପରମିଟ, ଇନ୍‌ସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ । ସେହିଭଳି ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ କ୍ୟାନ୍‌ସଲ କରାଯିବ । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସ୍କୁଲ ପିଲାଙ୍କ ସୁରକ୍ଷିତ ପରିବହନ ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ଏସ୍‌ଟିଏ ସୂଚନା ଦେଇଛନ୍ତି । ସପ୍ତାହବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking