34.1 C
Bhubaneswar
Saturday, May 18, 2024
Homeଅପରାଧ୧୩ ବର୍ଷର ନାବାଳିକା ସହ ଯାହା ଘଟିଲା, ଜାଣିଲେ ହୋସ୍ ଉଡ଼ିବ....

୧୩ ବର୍ଷର ନାବାଳିକା ସହ ଯାହା ଘଟିଲା, ଜାଣିଲେ ହୋସ୍ ଉଡ଼ିବ….

ତେଲେଙ୍ଗାନା : ୧୩ ବର୍ଷର ଜଣେ ନାବାଳିକାଙ୍କୁ ଜଣେ କି ଦୁଇଜଣ ନୁହେଁ, ପୂରା ୮୦ ଜଣ ଲୋକ ଯୌନ ଶୋଷଣ କରିଛନ୍ତି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳରେ । ଏହି ମାମଲାରେ ପୋଲିସ ୭୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରିପୋର୍ଟ ମୁତାବକ, ୧୩ ବର୍ଷୀୟା ଏହି ନାବାଳିକାଙ୍କୁ ଗତ ୮ ମାସ ଭିତରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ବୈଶ୍ୟାଳୟକୁ ପଠାଯାଇଥିଲା । ବୋଧହୁଏ ଏହା ପ୍ରଥମ ମାମଲା, ଯେଉଁଠି ରାଜ୍ୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୮୦ ଜଣଙ୍କୁ ଅଭିଯୁକ୍ତ କରାଯାଇଛି । ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ମଙ୍ଗଳବାର ଆହୁରି ୧୦ ଜଣଙ୍କୁ ଗିରଫ କରିବା ପରେ ଗିରଫ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିଲା । ଏଥିରେ ଗ୍ୟାଙ୍ଗ୍‌ଷ୍ଟାର, ଦଲାଲ୍ ଏବଂ ଗ୍ରାହକଙ୍କ ସମେତ ୭୪ ଜଣ ଅଭିଯୁକ୍ତ ପୋଲିସ କବ୍‌ଜାରେ ଅଛନ୍ତି । ଏହି ନାବାଳିକାଙ୍କ କାହାଣୀ ଏତେ ଦୁଃଖଦାୟକ ଯେ ଶୁଣିବା ଲୋକର ଆଖିରୁ ବି ଲୁହ ଝରି ଆସିବ । ପୋଲିସ କହିବା ଅନୁଯାୟୀ, ନାବାଳିକାଙ୍କୁ ଜଣେ ମହିଳା ପାଳିଥିଲେ ।

କାହିଁକି ନା, ଜୁନ୍ ୨୦୨୧ରେ ଝିଅଟିର ମା’କୁ କରୋନା ହୋଇଥିଲା, ଯେଉଁ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ମହିଳା ଜଣକ ନାବାଳିକାଙ୍କ ମା’ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ହେଲେ ଦୁଃଖର କଥା ଯେ କୋଭିଡ୍‌ରେ ହିଁ ମା’ ଜଣକ ଚାଲିଯାଇଥିଲେ । ଆଉ ଏହାର ସୁଯୋଗ ନେଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମହିଳା ଜଣକ ତାଙ୍କ ଝିଅକୁ ଆଣି ପାଳିଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ, ମହିଳା ସେହି ନାବାଳିକାଙ୍କୁ ଝିଅ ଭଳି ନ ପାଳି ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରିଥିଲେ । ଅଗଷ୍ଟ ୨୦୨୧ରେ ନାବାଳିକାଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ନାବାଳିକାଙ୍କୁ ଖୋଜିଥିଲା । ବର୍ତ୍ତମାନ ଏହି ମାମଲାରେ ୭୪ ଜଣ ଗିରଫ ହୋଇଥିବା ବେଳେ ୬ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking