କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

balangir

ବଲାଙ୍ଗିର : କୁମ୍ଭାରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏବଂ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରେ ଜମାକାରୀ ମିଳିତ ମଂଚ ଏଏସ୍‌କେଏମ୍‌ଏମ୍ ତରଫରୁ ପଂଚାୟତର କ୍ଷତିଗ୍ରସସ୍ତ ଜମାକାରୀମାନଙ୍କର ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଅଛି । ମଂଚର ଜିଲ୍ଲା ସଭାପତି ତଥା ରାଜ୍ୟ ଉପ-ସଭାପତି ବିଭୁଦତ୍ତ ମିଶ୍ର ଏହି ସତ୍ୟାଗ୍ରହରେ ଯୋଗଦେଇ ଜମା ଟଙ୍କା ଫେରସ୍ତ ପ୍ରକ୍ରୀୟାରେ ସରକାରଙ୍କ ଟାଲ ଟୁଳ ନୀତିର ତିକ୍ଷଣ ସମାଲୋଚନା କରି ଯୁଦ୍ଧ କାଳିନ ଭିତ୍ତିରେ ଜମାକାରୀଙ୍କୁ ଚିହ୍ନଟ ଓ ଜମା ଟଙ୍କା ଫେରସ୍ତ ପାଇଁ ଦୃଢ ଦାବି ଜଣାଇଥିଲେ । ଜିଲ୍ଲା ଯୁଗ୍ମ ଆବାହକ ଲଳିତ ଦୀପ ଜମାକାରୀମାନଙ୍କୁ ଏକ ହୋଇ ହକ୍‌ର ଲଢେଇ ଲଠିବା ପାଇଁ ତଥା କର୍ପସ ଫଣ୍ଡରୁ ପଇସା ଦେବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ସକାଶେ ଜମାକାରୀଙ୍କୁ ଆଡୁଆନ ଜଣାଇଥିଲେ । ସମସ୍ତ କୋଭିଡ୍ ନୀୟମ ମାନି ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇ ସରପଂଚ ମନୋଜ କଠାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡମନ ବାଗ, ହରିବନ୍ଧୁ ବଗର୍ତ୍ତି, ମାୟାଧର ବାଗ, ରାଜୁ ଭୋଇ, ତେଜରାଜ ନାଗ, ଉମେଶ ପୋଡ, ଗୁଲାପି ବାଗ, ସେବତି ମହାକୁର, ଡୁଲେଶ୍ୱର ହେର୍ଣ୍ଣା, ହରେକୃଷ୍ଣ ସାଣ୍ଢ ପ୍ରମୁଖ ଏହି ସତ୍ୟାଗ୍ରହ ରେ ଅଂଶଗ୍ରହଣ କରିଥିଲେ ।

balangir

LEAVE A REPLY

Please enter your comment!
Please enter your name here