ଆଇପିଏଲ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ipl toss team

ଦୁବାଇ: ଆଜି ଆଇପିଏଲର ୨୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ୱାଇଟ ରାଇଡର୍ସ । ତେବେ ଖେଳାଯିବାକୁ ଥିବା ମ୍ୟାଚରେ ଟସ୍ ଜିତିଛନ୍ତି ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି । ଟସ୍ ଜିତି ସେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସକୁ ହରାଇବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଦୃଢ଼ ହୋଇଛି । ଅନ୍ୟ ଦିଗରେ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିଥିବା ନାଇଟ୍‌ ରାଇଡର୍ସ ବିଜୟଧାରା ଅବ୍ୟାହତ ରଖିବାକୁ ଚେଷ୍ଟା କରିବ । ଆଜି ଶାରଜାହ ଷ୍ଟାଡିୟମରେରେ ମ୍ୟାଚ୍‌ ଖେଳାଯିବ । ପୂର୍ବଭଳି ଏହି ଗ୍ରାଉଣ୍ଡରେ ଆଉଏକ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ଚଳିତ ଆଇପିଏଲରେ ଏହି ଦୁଇ ଦଳ ଏପର୍ଯ୍ୟନ୍ତ ୬ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଉଭୟ ୪ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଫଳରେ ଉଭୟ ଦଳର ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । କିନ୍ତୁ ନେଟ ରନରେଟ୍ ଭିତ୍ତିରେ କୋଲକାତା ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୪ର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here