34.1 C
Bhubaneswar
Thursday, April 25, 2024
Homeଖେଳସରୱନ୍ ଇଣ୍ଡିଜ୍ ଚୟନ କମିଟି ସଦସ୍ୟ

ସରୱନ୍ ଇଣ୍ଡିଜ୍ ଚୟନ କମିଟି ସଦସ୍ୟ

ସେଣ୍ଟ୍ ଜନ୍‌ସ : ପୂର୍ବତନ ଅଧିନାୟକ ରାମନରେଶ ସରୱନ୍‌ଙ୍କୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଉଭୟ ପୁରୁଷ ସିନିୟର୍ ଓ ଯୁବ ଚୟନ କମିଟିର ସଦସ୍ୟ ନିଯୁକ୍ତ କରାଯାଇଛି । ଗୁରୁବାର କ୍ରିକେଟ୍ ୱେଷ୍ଟଇଣ୍ଡିଜ୍‌ର ବୋର୍ଡ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ସିନିୟର୍ ପୁରୁଷ ଚୟନ କମିଟିର ମୁଖ୍ୟ ଭାବେ ପୂର୍ବତନ ଓପ୍ନିଂ ବ୍ୟାଟ୍ସମ୍ୟାନ୍ ଦେସ୍‌ମଣ୍ଡ୍ ହେନ୍ସଙ୍କୁ ନିକଟରେ ନିଯୁକ୍ତ କରାଯାଇଥିବା ବେଳେ ମୁଖ୍ୟ କୋଚ୍ ଫିଲ୍ ସିମନ୍ସ କମିଟିର ଅନ୍ୟତମ ସଦସ୍ୟ ଅଛନ୍ତି । ସେହିପରି ପୂର୍ବତନ ଲେଗ୍ ସ୍ପିନର୍ ରବର୍ଟ ହେନ୍ସ ଯୁବ ଚୟନ କମିଟିର ମୁଖ୍ୟ ଅଛନ୍ତି । ଉଭୟ କମିଟିରେ ସର୍‌ୱନ୍‌ଙ୍କ କାର୍ଯ୍ୟକାଳ ୨୦୨୪ ଜୁନ୍ ପର୍ଯ୍ୟନ୍ତ ହେବ ।

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ରେ ଚୟନକର୍ତ୍ତା ନିଯୁକ୍ତ ହେବା ପରେ ସେ ଗୁଆନା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସରୱନ୍‌ଙ୍କ ନିଯୁକ୍ତିକୁ ନେଇ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଅଧ୍ୟକ୍ଷ ରିକି ସ୍କେରିଟ୍ କହିଛନ୍ତି, ‘ସରୱନ୍ ଉଭୟ ସିନିୟର୍ ଓ ଯୁବ ଚୟନ କମିଟିର ସଦସ୍ୟ ପଦକୁ ସ୍ୱୀକାର କରିଥିବାରୁ ମୁଁ ବହୁ ଖୁସି । କ୍ରିକେଟ୍ ସମ୍ପର୍କରେ ତାଙ୍କର ବହୁ ଜ୍ଞାନ ଥିବାବେଳେ ବର୍ତ୍ତମାନ ସମୟରେ କ୍ରିକେଟର୍‌ଙ୍କର କ’ଣ ଆବଶ୍ୟକତା ରହିଛି ଏବଂ ତାକୁ କିପରି ପୂରଣ କରାଯିବ ତାହା ତାଙ୍କୁ ଭଲ ଭାବେ ଜଣା ।’

ଅନ୍ୟପକ୍ଷରେ ନିଜ ନିଯୁକ୍ତିକୁ ନେଇ ସରୱନ୍ କହିଛନ୍ତି, ‘କ୍ରିକେଟ୍ ୱେଷ୍ଟଇଣ୍ଡିଜ୍‌କୁ ପୁଣିଥରେ ସେବା ଯୋଗାଇବା ନିମନ୍ତେ ମୋତେ ଏହି ସୁଯୋଗ ଦେଇଥିବାରୁ ବୋର୍ଡର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହି ପଦରେ ନିଜର ସମସ୍ତ ସଦସ୍ୟଙ୍କ ସହ କାମ କରିବାକୁ ବିଶେଷ ଉତ୍ସାହିତ ।’ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ଟିମ୍  ଟି-୨୦ ବିଶ୍ୱକପ୍ (୨୦୨୨ ଓ ୨୦୨୪), ଦିନିକିଆ ବିଶ୍ୱକପ୍ (୨୦୨୪) ପରି ଆଇସିସିର କେତେକ ଇଭେଣ୍ଟ୍‌ରେ ଭାଗ ନେବ । ୨୦୦୦ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ସରୱନ୍ ୧୩ ବର୍ଷର କ୍ୟାରିୟର୍‌ରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୮୧ ଟେଷ୍ଟ, ୧୮୧ ଦିନିକିଆ ଓ ୧୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୫ ଶତକ ସହ ୫୮୪୨ ରନ୍ କରିଥିବା ବେଳେ ଦିନିକିଆରେ ତାଙ୍କ ନାମରେ ୫୮୦୪ ରନ୍ ରହିଛି । ଏହା ମଧ୍ୟରେ ୫ ଶତକ ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking