27.1 C
Bhubaneswar
Sunday, July 13, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ପ୍ରତ୍ୟକ ଲୋକଙ୍କର ଗୋଟିଏ ” ଭରସା ” ଭଗବାନ ଦିନେ ସବୁ ଠିକ କରିଦେବେ ।

ବଜାରରେ ସବୁ ମିଳିଯିବ ହେଲେ ମାଆ ପରି ଗଛ ଟିଏ ଆଉ ବାପାଙ୍କ ପରି ଛାୟା କେବେ କେଉଁ ଜାଗାରେ ମିଳିବ ନାହିଁ ।

ଯିଏ ଅଯୋଗ୍ୟ ତାକୁ ଯୋଗ୍ୟ ବନେଇବା ସମ୍ଭବ
କିନ୍ତୁ
ଯିଏ ବିଶ୍ୱାସଘାତକ ତାକୁ ବିଶ୍ୱସ୍ତ ବନେଇବା
ଅସମ୍ଭବ ।

ଗରିବ ଘରୁ ବନ୍ଧୁ ବାନ୍ଧନ୍ତୁ, ଏମାନେ ଅତି କମ ସମୟରେ ପରକୁ ଆପଣାର କରି ନିଅନ୍ତି ।

ପିତାମାତା ଯେତେ ଅଶିକ୍ଷିତ ହୋଇଥାନ୍ତୁ ନା କାହିଁକି , ଶିକ୍ଷା ଆଉ ସଂସ୍କାର ଦେବାରେ ତାଙ୍କର ଯେଉଁ କ୍ଷମତା ଅଛି ତାହା ଆଉ କୌଣସି University ରେ ନାହିଁ l
ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖିଲେ ମନରେ ଈର୍ଷା ହେବା ସ୍ଵାଭାବିକ….
ହେଲେ
ନିଜ ପାଖରେ ଯାହା ଅଛି ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷ ର ଭାବ ରହିବା ଦରକାର….

ଅଦ୍ୟ ଜୁଲାଇ ମାସ ୦୫ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଆଷାଢ଼ମାସ- ଶୁକ୍ଳପକ୍ଷ
ତିଥି- ଦଶମୀ ସନ୍ଧ୍ୟା ଘ୦୬/୪୨ ଗତେ ଏକାଦଶୀ
ନକ୍ଷତ୍ର-ସ୍ଵାତୀ ରାତ୍ରି ଘ୦୮/୨୦ ଗତେ ବିଶାଖା
ଚନ୍ଦ୍ର- ତୁଳା
ଯୋଗ- ସିଦ୍ଧି
କରଣ – ଗର
ସୌରମାସ- ମିଥୁନ ୨୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୭
*✧═════•❁❀
ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୪୨ ଗତେ ଅଗ୍ନିକୋଣେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୪ ମଧ୍ୟେ ଓ ଦିବା ଘ୦୪/୪୫ ଗତେ ଘ୦୬/୨୫ ମଧ୍ୟେ
ବାରବେଳା- ଦିବା ଘ୦୧/୩୦ ଗତେ ଘ୦୩/୦୯ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୧୦ ଗତେ ଘ୦୭/୫୪ ମଧ୍ୟେ ଓ ରାତ୍ରି ଘ୧୧/୩୪ ଗତେ ଘ୦୧/୪୨ ମଧ୍ୟେ ଓ ଘ୦୩/୧୦ ଗତେ ଘ୦୪/୫୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୯/୨୫ ଗତେ ଘ୧୧/୩୫ ମଧ୍ୟେ ═✧══•❁❀❁•═*════✧
ଅଦ୍ୟ କଳମଶାଗ ସନ୍ଧ୍ୟା ଘ୦୬/୪୨ ଗତେ ଶିମ୍ବ ଭକ୍ଷଣ ନିଷେଧ

ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ବୃଷ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
✧═════•❁❀❁•═════
ମିଥୁନ:
ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════
କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
✧═════•❁❀❁•═════
ସି˚ହ:
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
✧═════•❁❀❁•═════
କନ୍ୟା: ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
✧═════•❁❀❁•═════
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
✧═════•❁❀❁•═════
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
✧═════•❁❀❁•═════
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।*
✧═════•❁❀❁•═════
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking