27.1 C
Bhubaneswar
Friday, May 10, 2024
Homeଦେଶ ବିଦେଶସମୁଦ୍ର ପାଣି ସାଜିବ ସଞ୍ଜିବନୀ ! କ୍ୟାନସର, ଆସ୍ଥମା, ଅର୍ଥରାଇଟିସ ପରି ଭୟଙ୍କର ରୋଗର...

ସମୁଦ୍ର ପାଣି ସାଜିବ ସଞ୍ଜିବନୀ ! କ୍ୟାନସର, ଆସ୍ଥମା, ଅର୍ଥରାଇଟିସ ପରି ଭୟଙ୍କର ରୋଗର ହେବ ବିନାଶ, ବୈଜ୍ଞାନିକଙ୍କ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଭୂପୃଷ୍ଠରେ ଜନ୍ମନେଇଥିବା ବୃକ୍ଷଲତାକୁ ମଣିଷ ମେଡିସିନ ଭାବେ ବ୍ୟବହାର କରି ସାରିଛି । କିଛି ଦେଶ ପଶୁପକ୍ଷୀଙ୍କୁ ନେଇ ମଧ୍ୟ ଔଷଧ ତିଆରି କରିସାରିଛନ୍ତି । ତେବେ ସମୁଦ୍ର ଜଳ ମଧ୍ୟରେ ରହି କିଛି ରୋଗର ଚିକିତ୍ସା ସମ୍ଭବ ହୋଇପାରେ, ତା’ ଉପରେ ଏବେ ରିସର୍ଚ୍ଚ ଚାଲିଛି । ପାଖାପାଖି ୧୦ ବର୍ଷ ପୂର୍ବେ ସମୁଦ୍ର ଜଳକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ମାତ୍ର ନିକଟରେ ଅଣ୍ଡର ୱାଟର ଫାର୍ମାସୀ ଉପରେ ବହୁଳ ଭାବେ ଫୋକସ୍ କରାଯାଉଛି ।

ତେବେ ରିସର୍ଚ୍ଚ ମୁତାବକ, ସମୁଦ୍ର ଜଳରେ କିଛି ଏପରି କିଛି ସ୍ପଞ୍ଜ ରହିଛନ୍ତି, ଯେଉଁମାନଙ୍କ ଠାରେ ଥିବା କେମିକାଲ କ୍ୟାନସର ଚିକିତ୍ସା କରିବାରେ ସହାୟକ ହୋଇପାରେ । ଏଥିସହିତ ଷ୍ଟାରଫିଶ ଠାରୁ ମିଳୁଥିବା ପ୍ରୋଟିନ ଅର୍ଥରାଇଟିସ ଓ ଆସ୍ଥମା ପରି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ଦେଇପାରେ ।

ଗତ ୧୯୫୫ ମସିହାରେ ୟୁନିଭରସିଟି ଅଫ୍ ପେନସିଲଭେନିଆ ଓ ନେବଲ ରିସର୍ଚ୍ଚ ଅଫିସ ପକ୍ଷରୁ ପ୍ରଥମ ଥର ପାଇଁ ସମୁଦ୍ର ତଳେ ଥିବା ଦୁନିଆରୁ ମେଡିସିନ ଖୋଜିବା ଆରମ୍ଭ କରାଯାଇଥିଲା । ପରେ ଅଣ୍ଡରସୀ ମେଡିକାଲ ସୋସାଇଟି ଗଠନ କରାଯାଇଥିଲା । ତାହା ମାଧ୍ୟମରେ ବିଶେଷଜ୍ଞ ଦଳଙ୍କୁ ସମୁଦ୍ର ତଳକୁ ପଠାଇ ସେଠାରେ କେଉଁ ଜିନିଷ ରହିଛି, ତାହା ବୀମାରୀ କ୍ଷେତ୍ରରେ କିପରି ଲାଭକାରୀ ସାବ୍ୟସ୍ତ ହେବ ତା’ ଉପରେ ଧ୍ୟାନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking