ସୁନ୍ଦରଗଡ଼: ସୁନ୍ଦରଗଡ଼ ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ ମିଶ୍ରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା। ଚଢ଼ାଉ ବେଳେ ନଗଦ ୧୪ଲକ୍ଷ ୩୩ହଜାର ଟଙ୍କା ଜବତ କରାଯାଇଛି । ସୁନ୍ଦରଗଡ଼ରେ ତାଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।୫ଶହ, ଶହେ ଓ ଦୁଇ ଶହ ଟଙ୍କାର ବିଡ଼ା ବିଡ଼ା ନୋଟ୍ ଜବତ କରାଯାଇଛି ।ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିନା କୌଣସି ବାଧାରେ ହାଇୱା ଗାଡ଼ିକୁ ଛାଡ଼ି ଦେବାକୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗତ ଜୁନ୍ ଓ ଜୁଲାଇ ମାସ ପାଇଁ ମାସିକ କୋଟା ଭାବେ ଲାଞ୍ଚ ଟଙ୍କା ଦାବି କରିଥିଲେ ।










