36.6 C
Bhubaneswar
Tuesday, August 4, 2026
Homeଓଡିଶାବଜାରରେ ୬୦ ଟଙ୍କା ଉପରେ ସବୁ ପରିବା ଦର

ବଜାରରେ ୬୦ ଟଙ୍କା ଉପରେ ସବୁ ପରିବା ଦର

ଭୁବନେଶ୍ୱର:  ବନ୍ୟାର ବିଭୀଷିକା କେବଳ ଘରଦ୍ୱାର କିମ୍ବା ଫସଲକୁ ନୁହେଁ, ଏବେ ରୋଷେଇ ଘରର ବଜେଟକୁ ମଧ୍ୟ ବିଗାଡ଼ି ଦେଇଛି । ବନ୍ୟା ଜଳରେ ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ ହେବା ପରେ ବଜାରରେ ପରିବାର ଯୋଗାଣ କମିଯାଇଛି । ଏହାର ସିଧା ପ୍ରଭାବ ପଡ଼ିଛି ଦର ଉପରେ । ଏବେ ବଜାରରେ ପ୍ରାୟ ସବୁ ପ୍ରକାର ପନିପରିବାର ଦର ୬୦ ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି । ଟମାଟୋ, ବାଇଗଣ, ଭେଣ୍ଡି, ବିନ୍ସ, କଲରା, ପୋଟଳ, ଝୁଡ଼ଙ୍ଗ ଭଳି ଅତ୍ୟାବଶ୍ୟକ ପରିବାର ଦାମ ଦିନକୁ ଦିନ ବଢ଼ୁଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି । ଏବେ ଶ୍ରାବଣ ମାସ ଚାଲିଥିବାରୁ ଅନେକ ଲୋକ ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି । ଏହି ସମୟରେ ପନିପରିବାର ଚାହିଦା ବଢ଼ିଥିବା ବେଳେ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି ।ଯେଉଁ ବ୍ୟାଗ ପୂର୍ବରୁ ୩୦୦ ଟଙ୍କାରେ ଭରିଯାଉଥିଲା, ସେହି ବ୍ୟାଗ ଏବେ ୫୦୦ ଟଙ୍କା ନେଇ ମଧ୍ୟ ପୂରୁନାହିଁ । ଅନ୍ୟପଟେ ବ୍ୟବସାୟୀମାନେ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପରିବା ଉତ୍ପାଦନ କମିଯାଇଥିବାରୁ ବାହାର ରାଜ୍ୟରୁ ପରିବା ଆଣିବାକୁ ପଡ଼ୁଛି । ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଦର ମଧ୍ୟ ବୃଦ୍ଧି ପାଇଛି। ଉଚ୍ଚ ଦର ଯୋଗୁଁ ଗ୍ରାହକ କମ୍ କିଣୁଥିବାରୁ ବେପାର ମଧ୍ୟ ମାନ୍ଦା ପଡ଼ିଛି । ଚାଷୀମାନେ ମଧ୍ୟ ବନ୍ୟାରେ ବ୍ୟାପକ କ୍ଷତି ସହିଥିବାରୁ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି । ଏପଟେ ଗ୍ରାହକମାନେ ଶୀଘ୍ର ବଜାରରେ ପରିବା ଯୋଗାଣ ସ୍ୱାଭାବିକ କରିବାକୁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking