28.1 C
Bhubaneswar
Wednesday, September 23, 2026
Homeଓଡିଶାଏଲପିଜି କଳାବଜାରୀ ରୋକିବାକୁ ରାଜ୍ୟବ୍ୟାପୀ ଚଢ଼ାଉ

ଏଲପିଜି କଳାବଜାରୀ ରୋକିବାକୁ ରାଜ୍ୟବ୍ୟାପୀ ଚଢ଼ାଉ

ଭୁବନେଶ୍ୱର:  ଏଲ୍‌ପିଜି ସିଲିଣ୍ଡରର କଳାବଜାରୀ ଓ ବେଆଇନ ମହଜୁଦ ରୋକିବାକୁ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ଜିଲ୍ଲାରେ ଏଲ୍‌ପିଜି ଡିଷ୍ଟ୍ରିବ୍ୟୁଟର, ହୋଟେଲ, ରେଷ୍ଟୁରାଣ୍ଟ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି ।ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ୨୧ ସେପ୍ଟେମ୍ବର ୨୦୨୬ ସୁଦ୍ଧା ରାଜ୍ୟରେ ୩,୮୩୯ଟି ସ୍ଥାନରେ ଯାଞ୍ଚ ହୋଇଛି । ଏଥିରେ ୧,୧୨୮ ଜଣ ଏଲ୍‌ପିଜି ଡିଷ୍ଟ୍ରିବ୍ୟୁଟର ଓ ୨,୭୧୧ଟି ଅନ୍ୟାନ୍ୟ ସ୍ଥାନ ସାମିଲ ରହିଛି ।

ଚଢ଼ାଉ ବେଳେ ମୋଟ ୮,୪୫୭ଟି ଏଲ୍‌ପିଜି ସିଲିଣ୍ଡର ଜବତ ହୋଇଛି । Essential Commodities Act ଅଧୀନରେ ୪୯୯ଟି ମାମଲା ରୁଜୁ ହୋଇଥିବା ବେଳେ ୪୭ଟି ଏତଲା ଦାଏର ହୋଇଛି । ଏହାସହ ୯ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲାୱାରୀ ଭାବେ ବାଲେଶ୍ୱରରୁ ସର୍ବାଧିକ ୧,୩୧୩ଟି ସିଲିଣ୍ଡର ଜବତ ହୋଇଛି । କଟକରୁ ୧,୦୪୩, ଜଗତସିଂହପୁରରୁ ୧,୦୧୧, ଖୋର୍ଦ୍ଧାରୁ ୬୨୫, ସୁନ୍ଦରଗଡ଼ରୁ ୪୧୪ ଏବଂ ଯାଜପୁରରୁ ୪୧୦ଟି ସିଲିଣ୍ଡର ଜବତ ହୋଇଛି । ବେଆଇନ ମହଜୁଦ ଓ ହୋଟେଲ-ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ଏଲ୍‌ପିଜିର ଅନଧିକୃତ ବ୍ୟବହାର ଉପରେ ଆଗକୁ ମଧ୍ୟ ନଜର ରଖାଯିବ । ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking