26.1 C
Bhubaneswar
Wednesday, September 23, 2026
Homeଓଡିଶାରାଜ୍ୟରେ ବଢିଛି ଦରଦାମ: ବିଧାନସଭାରେ ସ୍ୱୀକାର କଲେ ସରକାର

ରାଜ୍ୟରେ ବଢିଛି ଦରଦାମ: ବିଧାନସଭାରେ ସ୍ୱୀକାର କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ବଢିଛି ଦରଦାମ । ବିଧାନସଭାରେ ସ୍ୱୀକାର କରିଛନ୍ତି ସରକାର । ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଡାଲି, ଖାଇବା ତେଲ, ପିଆଜ ଦରରେ ସାମାନ୍ୟ ବୃଦ୍ଧି ହୋଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।ରାଜ୍ୟରେ ଦରଦାମ ବୃଦ୍ଧି ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରକାଶ ଶୋରେନ୍ । ଯାହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଲିଖିତ ଉତ୍ତର ଦେଇଛନ୍ତି ଯେ, ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଡାଲି,ଖାଇବା ତେଲ, ପିଆଜ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ପାରିଲିକ୍ଷିତ ହୋଇଛି । ଏହି ଦର ବୃଦ୍ଧି ଏକ ସର୍ବଭାରତୀ ଘଟଣା । ଆନ୍ତଜାତୀୟ ବଜାରରେ ଦରଦାମ ପରିସ୍ଥିତି ଓ ଯୋଗାଣପେଣ୍ଠ ଗୁଡିକରେ ହେଉଥିଵା ଦର ବୃଦ୍ଧି ଆମ ରାଜ୍ୟ ବଜାର ଉପରେ ଅନୁଭୁତ ହେଉଛି ।

ସେହିପରି ଅନ୍ୟ ଏକ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ହାରଠାରୁ ଓଡ଼ିଶାରେ ତେଲ, ପିଆଜ, ଚିନି ଦର ଅଧିକ ରହିଛି । ବିଧାନସଭା ତଥ୍ୟ ଅନୁଯାଇ ସର୍ବ ଭାରତୀୟ ଦର ତୁଳନାରେ ଖାଇବା ତେଲ ଦର ୨.୫ ରୁ ୪ ପ୍ରତିଶତ ଅଧିକ । ସେହିପରି ପିଆଜ ବି ସର୍ବ ଭାରତୀୟ ଦର ତୁଳନାରେ ୪.୯୬ ପ୍ରତିଶତ ଅଧିକ ଦର ଓଡ଼ିଶାରେ ରହିଛି । ଚିନି ଦର ମଧ୍ୟ ସର୍ବଭାରତୀୟ ଦରଠୁ ୦.୪୮ ପ୍ରତିଶତ ଅଧିକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking