29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ’ଆର୍‌ଆର୍‌ଆର୍‌’ ର ଟିଜର ରିଲିଜ୍

’ଆର୍‌ଆର୍‌ଆର୍‌’ ର ଟିଜର ରିଲିଜ୍

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ଏସଏସ ରାଜାମୌଲୀଙ୍କ ଦ୍ବାରା, ନିର୍ଦ୍ଦେଶିତ ଫିଲ୍ମ ’ଆର୍‌ଆର୍‌ଆର୍‌’ ର  ନୂଆ ଝଲକ୍ ସାମ୍ନାକୁ ଆସିଲା । ଏହାର ନୂଆ ଟିଜର ରିଲିଜ୍ ହୋଇଛି । ଏଥିରେ ଫିଲ୍ମର ଝଲକ ଦେଖିବାକୁ ମିଳୁଛି । ଏହା ସହିତ ଏଥିରେ ଫିଲ୍ମର ସବୁ ଷ୍ଟାରଙ୍କ ଝଲକ ଦେଖିବାକୁ ମିଳୁଛି ।

ଏଥିରେ ଏକ ଯୁଦ୍ଧକୁ ଦେଖା ଯାଇଛି, ଯେଉଁଥିରେ ସବୁ ଷ୍ଟାର ମାନେ ଲଢୁଥିବା ନଜର ଆସୁଛନ୍ତି । ବାହୁବଳୀ ନିର୍ଦ୍ଦେଶକ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରାମ ଚରଣ, ଜନିଅର ଏନଟିଆର୍ , ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ନଜର ଆସିବେ । ତେବେ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଉସ୍ବାହ ଏବେ ଆହୁରି ବଢି ଯାଇଛି ।

ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା କିନ୍ତୁ ଏବେ ଏହା ଆସନ୍ତା ବର୍ଷ ଜାନୁଆରୀ ୭ରେ ପରଦାକୁ ଆସିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking