41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗ‘ରୁହି’ ଟ୍ରେଲର ରିଲିଜ

‘ରୁହି’ ଟ୍ରେଲର ରିଲିଜ

ମୁୁମ୍ବାଇ: ରାଜକୁମାର ରାଓ, ଜାହ୍ନବୀ କପୁର ଓ ବରୁଣ ଶର୍ମାଙ୍କ ଫିଲ୍ମ ‘ରୁହି’ ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି । ‘ରୁହି’ ହେଉଛି ହରର କମେଡି ଫିଲ୍ମ , ଯାହାର ନିର୍ଦ୍ଦେଶନା ହାର୍ଦ୍ଦିକ ମେହେଟା ଦେଇଛନ୍ତି । ଫିଲ୍ମରେ ଜାହ୍ନବୀ ଲିଡ ରୋଲରେ ନଜର ଆସୁଛନ୍ତି । ୧୧ ମାର୍ଚ୍ଚରେ ଏହି ଫିଲ୍ମ ବଡ ପରଦାରେ ରିଲିଜ ହେବ ବୋଲି ସୂଚନା ମିଳିଛି । ଟ୍ରେଲର ଅନୁସାରେ,  ଜଣେ ଝିଅ ରୁହୀ, ଯାହା ଭିତରେ ଜଣେ ପ୍ରେତାମ୍ନା ରହୁଛି । ରାଜକୁମାର ରାଓ ଓ ବରୁଣ ଶର୍ମା ଏହା ଜାଣନ୍ତି । ସତ ଜାଣିବା ପରେ ତାର ଚିକିତ୍ସା କରାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଚିକିତ୍ସା କାର୍ଯ୍ୟ କରନ୍ତି । ଏହାରି ମଧ୍ୟରେ ଜଣାପଡେ ଯେ, ଯଦି ରୁହୀର ବିବାହ ହୋଇଯାଏ, ତେବେ ସେ ପ୍ରେତାତ୍ମାରୁ ମୁକ୍ତି ପାଇଯିବ । ଏହି ଘଟଣାକ୍ରମକୁ ଟ୍ରେଲରରେ ହାସ୍ୟସ୍ପଦ ଭାବରେ ପ୍ରଦର୍ଶିତ କରାଯାଇଛି । ମଝିରେ ମଝିରେ ଜାହ୍ନବୀଙ୍କ ପ୍ରେତାତ୍ମାରେ ଟ୍ରାନ୍ସଫରମେସନକୁ ମଧ୍ୟ ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking