34.1 C
Bhubaneswar
Thursday, April 25, 2024
Homeଓଡିଶାବିସ୍ଥାପନର ତିନି ବର୍ଷ ପରେ ବି ମିଳୁନି କ୍ଷତିପୂରଣ

ବିସ୍ଥାପନର ତିନି ବର୍ଷ ପରେ ବି ମିଳୁନି କ୍ଷତିପୂରଣ

ବରଗଡ଼ : ବିସ୍ଥାପନର ତିନି ବର୍ଷ ପରେ ମଧ୍ୟ ମିଳପାରି ନାହିଁ କ୍ଷତିପୂରଣ  ଯାହାକୁ ନେଇ ବିସ୍ଥାପିତ ହୋଇଥିବା ଝଗଡ଼ାବେହେରା ଗ୍ରାମର ଭାନୁ ପ୍ରଧାନ ଅଫିସ୍  ଦୌଡୁଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ବାରପାହାଡ ଅଭୟାରଣ୍ୟ ଭିତରେ ଥିବା ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଝଗଡାବେହେରା ଗ୍ରାମକୁ ବିସ୍ଥାପନ କରାଯାଇଥିଲା ବିସ୍ଥାପନ ପରେ ଗ୍ରାମର ୪୦ଟି ପରିବାର ପ୍ରାୟ ୬୫ ଜଣ ସଦସ୍ୟଙ୍କୁ କ୍ଷତିପୂରଣ ରାଶି ମିଳିଥିବା ଜଣାପଡିଛି । ମାତ୍ର ଝଗଡାବେହେରା ଗ୍ରାମରେ ବସବାସ କରୁଥିବା କେତେକ ଗ୍ରାମବାସୀ ଏ ଯାଏଁ ବିସ୍ଥାପନ ରାଶି ପାଇ ନ ଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବାରପାହାଡ଼ ଜଙ୍ଗଲର ପ୍ରାକୃତିକ ଶୋଭାରାଜି ଭିତରେ ଥିବା ଛୋଟିଆ ଗାଁ ଝଗଡ଼ାବେହେରା ୨୦୧୮ ଜାନୁୟାରୀ ମାସରେ ସବୁଦିନ ପାଇଁ ଜିଲ୍ଳା ମାନଚିତ୍ରରେ ନିଶ୍ଚିହ୍ନ ହୋଇଯାଇଥିଲା । ତେବେ ଏହି ଗାଁରେ ବସବାସ କରୁଥିବା କେତେକ ବ୍ୟକ୍ତିଙ୍କୁ ଏଯାଏଁ ବିସ୍ଥାପନ ରାଶି ମିଳିପାରି ନ ଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁସାରେ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ସେଠାରେ ବସବାସ କରୁଥିବା ଭାନୁ ପ୍ରଧାନ ଏଥିରୁ ବଞ୍ôଚତ ରହିଥିବା ଅଭିଯୋଗ ହୋଇଛି । ସେହିପରି ଝଗଡାବେହେରା ଗ୍ରାମର  ୧୮ ବର୍ଷରୁ ଊର୍ଦ୍ଧ୍ୱ ଝିଅ ମଧ୍ୟ ଏହି ବିସ୍ଥାପିତ ରାଶି ପାଇବାରୁ ବଞ୍ôଚତ ରହିଥିବା ଜଣାପଡିଛି ।  ଯାହାକୁ ନେଇ ଶ୍ରୀ ପ୍ରଧାନ  ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଏପରିକି ସେ ଭୁବନେଶ୍ୱରରେ ବନ ବିଭାଗ ସଚିବଙ୍କୁ ଭେଟି ଲିଖିତ ଭାବରେ ଜଣାଇଥିବା ବେଳେ କେବେ ବିସ୍ଥାପିତ କ୍ଷତିପୂରଣ ପାଇପାରିବେ ତାକୁ ନେଇ ସେ କ୍ଷୋଭର ସହ ନିଜ ଦୁଃଖ ବଖାଣିଛନ୍ତି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking