41.1 C
Bhubaneswar
Sunday, April 28, 2024
Homeବଲିଉଡଆସୁଛି ରକିଂ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’

ଆସୁଛି ରକିଂ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’

ମୁମ୍ବାଇ : ‘କେଜିଏଫ’ ଜରିଆରେ ଅନେକ ସୁନାମ ଆଣିଥିବା ଅଭିନେତା ୟଶ୍‌ଙ୍କ ଆଗାମୀ ଫିଲ୍ମକୁ ଫ୍ୟାନ୍ସ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ୟଶ୍ ନିଜ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମର ଟାଇଟଲ ବିଷୟରେ ଜଣାଇଛନ୍ତି । ଟିଜର୍‌ରୁ ଏହି ଫିଲ୍ମର ନାମ ‘ଟକ୍ସିକ୍’ ବୋଲି ଜଣା ପଡିଛି । ଏଥିରେ ୟଶ୍ ହାତରେ ଏକ ସିଗାରେଟ୍ ଏବଂ ଟୋପି ପିନ୍ଧିଥିବାର ନଜର ଆସିଛନ୍ତି । ମାଲୟାଲମ୍ ଫିଲ୍ମର ପ୍ରଯୋଜକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ୨୦୨୫ ଏପ୍ରିଲ ୧୦ରେ ଏହି ଫିଲ୍ମ ରିଲିଜ ହେବା ବୋଲି ସୂଚନା ମିଳିଛି ।ୟଶ୍‌ଙ୍କ ବିପକ୍ଷରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାଇପଲ୍ଲବୀ ଦେଖାଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର କାହାଣୀ ଡ୍ରଗ୍ଧ ମାଫିଆଙ୍କ ଉପରେ ଆଧାରିତ ହେବ । ଏହା ଏକ ହାଇ ବଜେଟ ଫିଲ୍ମ ହେବ ବୋଲି ଜଣା ପଡ଼ିଛି । ତେବେ ୨୦୦୭ରେ ୟଶ୍ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମ କରିଛନ୍ତି । ତେବେ ଶେଷ ଥର ପାଇଁ ୟଶ୍ ‘କେଜିଏଫ୍ ୨’ରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ନିଜ ଅଭିନୟ ଦ୍ୱାରା ଫ୍ୟାନ୍ସଙ୍କ ପ୍ରିୟ ହୋଇ ପାରିଛନ୍ତି ୟଶ । ଏଥିସହ ସେ ଅନେକ ଟେଲିଭିଜନ ଶୋ’ରେ ମଧ୍ୟ ନଜର ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking