33.1 C
Bhubaneswar
Saturday, April 27, 2024
Homeଅପରାଧଲୁଟେରା ପର୍ଶୁରାମ ଗିରଫ

ଲୁଟେରା ପର୍ଶୁରାମ ଗିରଫ

ଭୁବନେଶ୍ବର: କମିଶନରେଟ ହାତରେ ଲାଗିଛି ରାଜଧାନୀରେ ଲୁଟପାତ ଚଲାଇଥିବା କୁଖ୍ୟାତ ଲୁଟେରା ପର୍ଶୁରାମ ଗିରି । ଲକ୍ଷ ଲକ୍ଷ ଟଙ୍କା ଲୁଟି ସେଭେନ ଷ୍ଟାର ହୋଟେଲରେ ରାତି ବିତାଇବା ସହ, ପବ ଓ ବାରରେ ଟଙ୍କା ଉଡ଼ାଉଥିଲା । ହେଲେ ଚୋରର ଲୁଟ ତରିକା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଲୁଟେରା ପର୍ଶୁରାମ ରାଜଧାନୀରେ ହାପ ପ୍ୟାଣ୍ଟ ପିନ୍ଧି ବୁଲିବା ସହ ଲୁଟ ବେଳେ ଜୋତା ବ୍ୟବହାର କରୁନଥିଲା ।

ପୋଲିସ ସୂଚନାଅନୁସାରେ, ଅଭିଯୁକ୍ତ ପର୍ଶୁରାମ ନାଁରେ ରହିଛି ୫୦ରୁ ଅଧିକ ମାମଲା । ଘର ବାଲେଶ୍ଵର ଜିଲ୍ଲା ସୋରରେ । ଭୁବନେଶ୍ୱରର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ଶହୀଦନଗର ଥାନାରେ ଅଭିଯୁକ୍ତ ନାଁରେ ୨୧ଟି ମାମଲା ରହିଛି । ଅଭିଯୁକ୍ତଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଯେପରିକି ୨୧ ଲକ୍ଷ ଟଙ୍କା, ୭ ଶହ ଗ୍ରାମ ସୁନା, ୭ କେଜି ରୂପା ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking