28.1 C
Bhubaneswar
Saturday, April 27, 2024
Homeଓଡିଶାବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ 

ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ 

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ଥିବା ଜନୈକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,  ସଦର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବ୍ରହ୍ମାନନ୍ଦ ଦେହୁରୀ (୪୮)୨୦୧୩ ମସିହାରେ ଏକ ହତ୍ୟା ମାମଲାରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜିଲ୍ଲା ମୁଖ୍ୟ କାରାଗାରରେ ରହିଥିଲେ । ମଙ୍ଗଳବାର ସକାଳେ ବ୍ରହ୍ମାନନ୍ଦଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ଟାରେ ବ୍ରହ୍ମାନନ୍ଦଙ୍କ ମୃତ୍ୟୁ ଘଟିଥିଲା ।

ତେବେ  ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ ତାଙ୍କ ସ୍ୱାମୀଙ୍କ କୌଣସି ପ୍ରକାର ଦେହ ଖରାପ ନଥିଲା ବୋଲି କହିଥିବା ବେଳେ ସୋମବାର  ଫୋନ୍ ଯୋଗେ ବ୍ରହ୍ମାନନ୍ଦଙ୍କ  ସହିତ କଥାବାର୍ତ୍ତା ହୋଇଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ବୁଧବାର ଜେଲରଙ୍କ ଠାରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ  ଗ୍ରାମରେ ଉତ୍ତେଜନା  ଦେଖାଦେଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଶକ୍ତିସୁଗାର୍ସ ନିକଟରେ ୫୫ ନଂ.ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking