29.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଜାନୁଆରୀ ୨ରେ ଆଇଆଇଏମ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଜାନୁଆରୀ ୨ରେ ଆଇଆଇଏମ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର : ସମ୍ବଲପୁର ସହରର ମହାନଦୀ ଅପରପାଶ୍ୱର୍ସ୍ଥ ବସନ୍ତପୁରରେ ଆଇଆଇଏମ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସ ନିର୍ମାଣ ପାଇଁ ଆସନ୍ତା ଜାନୁଆରୀ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱୀକୃତି ଆସିଥିବା ବେଳେ ଚୂଡ଼ାନ୍ତ ସମୟସୂଚୀକୁ ପ୍ରତୀକ୍ଷା କରାଯାଇଥିବା ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ଡ. ମହାଦେଓ ଜୟସ୍ୱାଲ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭର୍ଚ୍ୟୁଆଲ ମାଧ୍ୟମରେ ଶିଳାନ୍ୟାସ କରିବାକୁ ଥିବା ବେଳେ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ସୟତ୍ତ ଧୋତ୍‌ରେ ମଧ୍ୟ ସାମିଲ ହେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ ବସନ୍ତପୁରରେ ଉପସ୍ଥିତ ରହିପାରନ୍ତି ବୋଲି ଡ. ଜୟସ୍ୱାଲ ସୂଚନା ଦେବା ସହ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ପ୍ରାୟ ୫ ହଜାର ପଦସ୍ଥ ଅଧିକାରୀ ମଧ୍ୟ ସମାରୋହରେ ଭର୍ଚ୍ୟୁଆଲ୍ ମାଧ୍ୟମରେ ଭାଗ ନେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ,  ୨୦୧୫ ମସିହାରେ ସମ୍ବଲପୁର ନିକଟସ୍ଥ ଶାସନ ସ୍ଥିତ ସିଲିକନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ପରିସରରେ ଅସ୍ଥାୟୀ ଭାବେ ଆଇଆଇଏମ୍ ସମ୍ବଲପୁର କାର୍ଯ୍ୟାରମ୍ଭ କରିଥିଲା । ୨୦୧୮ ମସିହାରୁ ଆଇଆଇଏମ୍ କ୍ୟାମ୍ପସ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ଜ୍ୟୋତିବିହାରରୁ କାର୍ଯ୍ୟ କରୁଛି । ହେଲେ ଆଇଆଇଏମର ନିଜସ୍ୱ କ୍ୟାମ୍ପସ୍ ପାଇଁ ଓଡ଼ିଶା ସରକାର ବସନ୍ତପୁରଠାରେ ୨ଶହ ଏକର ଜମି ଯୋଗେଇ ଦେଇଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରସରକାର ୪ଶହ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆଇଆଇଏମର ନିଜସ୍ୱ କ୍ୟାମ୍ପସ ନିର୍ମାଣ ପାଇଁ ନ୍ୟାସନାଲ ବିଲ୍‌ଡିଂ କନ୍‌ଷ୍ଟ୍ରକ୍‌ସନ୍ କର୍ପୋରେସନ୍ (ଏନ୍‌ବିସିସି) ପ୍ରକଳ୍ପ ଉପଦେଷ୍ଟା ରହିଛି। ନିର୍ମାଣ କାର୍ଯ୍ୟ ଆରମ୍ଭର ୨୦ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅବଧି ଧାର୍ଯ୍ୟ କରାଯାଇଛି । ପ୍ରସ୍ତାବିତ କ୍ୟାମ୍ପସରେ ଏକାଡେମିକ୍ କମ୍ପେ୍ଲକ୍ସ ସହିତ ୬ ଶହ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌, ଶିକ୍ଷକ ଓ କର୍ମଚାରୀଙ୍କ ଆବାସିକ କମ୍ପେ୍ଲକ୍ସ, ଅଡିଟୋରିୟମ୍ ଇତ୍ୟାଦି ନିର୍ମାଣ କରାଯିବ । କ୍ୟାମ୍ପସରେ ଓଡ଼ିଶାର ସ୍ଥାପତ୍ୟ କଳା ଓ ସମ୍ବଲପୁରୀ ବାନ୍ଧକଳାର ଝଲକ ରହିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking