43.9 C
Bhubaneswar
Friday, April 19, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

କେନ୍ଦୁଝର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ । ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବୋଲେରୋ। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ମୟୂରଭଞ୍ଜରୁ କେନ୍ଦୁଝର ଆସୁଥିବା ବେଳେ ସୋମଗିରି ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ୧୦ ଫୁଟ ତଳକୁ ଖସି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ୧୧ ଜଣ ଯାତ୍ରୀ ଥିଲେ। ମୃତାହତମାନେ ହାଟବାଦଳା ଗାଁରୁ ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking