28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶପ୍ରାତଃ ଭ୍ରମଣ ସମୟରେ ଜଜଙ୍କୁ ପଛରୁ ଧକ୍କା ଦେଲା ଅଟୋ

ପ୍ରାତଃ ଭ୍ରମଣ ସମୟରେ ଜଜଙ୍କୁ ପଛରୁ ଧକ୍କା ଦେଲା ଅଟୋ

ନୂଆଦିଲ୍ଲୀ: ଗତ ବୁଧବାର ସକାଳ ପ୍ରାୟ ୫ଟା ବେଳେ ସକାଳବୁଲାରେ ବାହାରିଥିବା ଜଜ୍ ଉତ୍ତମ ଆନନ୍ଦଙ୍କୁ ହୀରାପୁର ବିଜୁଳି ଷ୍ଟେସନ ନିକଟରେ ଏକ ଅଟୋ ଧକ୍କା ଦେଇଥିଲା । ଜଜଙ୍କୁ ଧକ୍କା ଦେଇଥିବା ଅଟୋଟି ଚୋରି ଅଟୋ ବୋଲି ସୂଚନା ମିଳିଛି । ଜିଲ୍ଲା ଜଜଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏହା ଏକ ହତ୍ୟା ଅଟେ । ଅଟୋ ମାଲିକଙ୍କ କହିବା ଅନୁଯାୟୀ ତାଙ୍କ ଅଟୋଟି ଆଗରୁ ଚୋରି ହୋଇଯାଇଥିଲା ଓ ସେ ଏହି ସମ୍ବନ୍ଧରେ ଏଫ.ଆଇ.ଆର ମଧ୍ୟ ଦାଖଲ କରିଥିଲେ ।
ଏହି ମାମଲାରେ ଜଜଙ୍କ ପତ୍ନୀ କୃତୀ ସିହ୍ନା ଧାନବାଦ ଥାନାରେ ଅଜ୍ଞାତ ଅଭିଯୁକ୍ତଙ୍କ ଖିଲାଫରେ ଅଭିଯୋଗ ଦର୍ଜ କରିଛନ୍ତି । ସିସିଟିଭି ଫୁୂଟେଜରୁ ଜଣାପଡିଛି ଯେ ଜାଣିଶୁଣି ଜଜଙ୍କୁ ଧକ୍କା ଦିଆଯାଇଛି । ଏହି ମାମଲାକୁ ଝାରଖଣ୍ଡ ସୁପ୍ରିମକୋର୍ଟ ଗୁରୁତ୍ୱ ଭାବେ ନେଇଛନ୍ତି ।
ନ୍ୟାୟାଧୀଶଙ୍କୁ ସମ୍ମାନ ଦେବା ନିମନ୍ତେ ଧାନବାଦ ବାର ଆସୋସିଏଶନ ପେନ ଡାଉନ କରିଛନ୍ତି । ଏସଏସପି ସଂଜୀବ କୁମାର ସିଟି ଏସପି ଙ୍କ ନେତୃତ୍ୱରେ ହତ୍ୟାକାଣ୍ଡର ଜାଞ୍ଚପାଇଁ ଏସଆଇଟି ର ଗଠନ କରିଛନ୍ତି । ଏହି ମାମଲାରେ ଅଟୋର ଜାଞ୍ଚ କରି ସାମ୍ପୁଲ ନିଆଯାଇଛି । ଅଟୋରେ ଫିଙ୍ଗର ପ୍ରିଣ୍ଟ ସହ ଅନ୍ୟ ଜିନିଷଗୁଡିକର ଭଲଭାବେ ଜାଞ୍ଚ କରାଯାଇଛି । ଅଟୋର ନମ୍ବର ପ୍ଲେଟ୍‌ଟି ଆଗରୁ ଘଷା ହୋଇଥିବାରୁ ସ୍ପଷ୍ଟ ଭାବେ ନମ୍ବର ଜଣାପଡି ନାହିଁ । ତେବେ ଅପରାଧୀମାନେ ଜାଣିଶୁଣି ଏପରି କରିଛନ୍ତି ।
ସେପଟେ ଏହି ଘଟଣାକୁ ବିଜେପି ନେତା ରଂଜୟ ସିଂହଙ୍କ ହତ୍ୟା ଓ ସେହି କେସ୍ ର ଶୁଣାଣିକୁ ଯୋଡି ଦେଖାଯାଉଛି । ଜାନୁଆରୀ ୨୦୧୭ରେ ଗୁଳିମାରି ରଂଜୟ ସିଂହଙ୍କ ହତ୍ୟା କରାଯାଇଥିଲା । ରଂଜୟଙ୍କର ହତ୍ୟା ମାମଲାରେ ଜଜ ଉତ୍ତମ ଆନନ୍ଦ ଶୁଣାଣୀ ଦେଇଥିଲେ ।ସେହି ସମୟରେ ଜଜ ଆରୋପୀ ଅମନ ସିଂହର ଜମାନତ ଖାରଜ କରିଦେଇଥିଲେ । ଅମନ ସିଂଙ୍କ ଉପରେ ରଂଜୟ ସିଂଙ୍କ ହତ୍ୟାର ଆରୋପ ଅଛି ।ତେବେ ଅମନ ସିଂହଙ୍କ ଜମାନତ ଖାରଜ ପରେ ଏହି ଘଟଣା ଘଟିଥିବାରୁ ଅମନ ସିଂହ ଓ ତାଙ୍କ ଗ୍ୟାଙ୍ଗ ଉପରେ ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking