37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶମେଡିକାଲ କୋର୍ସରେ ଓବିସିକୁ ୨୭ ପ୍ରତିଶତ ସଂରକ୍ଷଣ

ମେଡିକାଲ କୋର୍ସରେ ଓବିସିକୁ ୨୭ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ମେଡିକାଲ ପଢିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରାଯାଇଛି । ଏଥିରେ ଓବିସି ଓ ଆର୍ଥିକ ଭାବରେ ଦୁର୍ବଳ ଥିବା ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ନେଇ ଘୋଷଣା ହୋଇଛି । ଏଥିରେ ଅଣ୍ଡରଗ୍ରାଡୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ/ଡେଣ୍ଟାଲ କୋର୍ସ ପାଇଁ ଓବିସିକୁ ୨୭ ପ୍ରତିଶତ ଓ ଇଡବ୍ଲୁଏସ କୋଟାକୁ ୧୦ ପ୍ରତିଶତ ରିଜର୍ଭେସନ ମିଳିବ । ଏହାର ଫାଇଦା ଅଲ ଇଣ୍ଡିଆ କୋଟା ସ୍କୀମ ଅନୁସାରେ କୌଣସି ବି ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ସଂସ୍ଥା ରୁ ନିଆଯାଇପାରିବ । ଏହି ସ୍କିମ ୨୦୨୧-୨୨ ରୁ ଆରମ୍ଭ ହେବ । ସୂଚନା ମୁତାବକ ପ୍ରାୟ ୫୫୫୦ ଛାତ୍ରଙ୍କୁ ଏହାର ଫାଇଦା ମିଳିବ । ଏହାଦ୍ୱାରା ପ୍ରତିବର୍ଷ ୧୫୦୦ ଓବିସି(ଏମବିବିଏସ), ୨୫୦୦ ଓବିସି ଛାତ୍ରଙ୍କୁ ପୋଷ୍ଟ ଗ୍ରାଜୁଏସନରେ ଫାଇଦା ମିଳିବ । କହିରଖୁଛୁ, ସରକାରୀ ମେଡିକାଲ କଲେଜରେ ଥିବା ମୋଟ ସିଟରୁ ୟୁଜିର ୧୫ ପ୍ରତିଶତ ଓ ପିଜିର ୫୦ ପ୍ରତିଶତ ସିଟ ଅଲ ଇଣ୍ଡିଆ କୋଟାରେ ଆସେ । ୨୦୦୭ ଯାଏଁ ଏଆଇକ୍ୟୁ ଅନୁସାରେ କିଛି କୋଟା ନଥିଲା । ହେଲେ ପରେ ପୁଣି ୨୦୦୭ରେ ସୁପ୍ରିମକୋର୍ଟ ଏସସିକୁ ୧୫ ପ୍ରତିଶତ ଓ ଏସଟି ପାଇଁ ୭.୫ ପ୍ରତିଶତ ସଂରକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking