29.1 C
Bhubaneswar
Monday, May 6, 2024
Homeବିଜିନେସ୍ଖୁଚୁରା ମୁଦ୍ରାସ୍ଫୀତି ୪.୮୧%କୁ ବୃଦ୍ଧି

ଖୁଚୁରା ମୁଦ୍ରାସ୍ଫୀତି ୪.୮୧%କୁ ବୃଦ୍ଧି

ନୂଆଦିଲ୍ଲୀ : ଚଳିତବର୍ଷ ଜୁନ୍‌ରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୪.୮୧ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡିଛି । ଗତ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ୪.୩୧ ପ୍ରତିଶତ ରହିଥିଲା । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଗ୍ରୋସରୀ ଓ ଅନ୍ୟ ଖାଦ୍ୟ ଆଇଟମ୍‌ର ମୂଲ୍ୟ ବୃଦ୍ଧି ଏଭଳି ସ୍ଥିତି ସୃଷ୍ଟି କରିଛି । ଚଳିତବର୍ଷ ମେ’ରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ୨.୯୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଜୁନ୍‌ରେ ଏହା ୪.୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଳମ୍ବିତ ମୌସୁମୀ ଏବଂ ପ୍ରମୁଖ ଶସ୍ୟ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଅଦିନିଆ ବର୍ଷା ଯୋଗୁଁ ଖାଦ୍ୟ ସାମଗ୍ରୀ ଯୋଗାଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ସରକାରୀଭାବେ କୁହାଯାଇଛି । ଚଳିତବର୍ଷ ମେ’ରେ କନ୍‌ଜ୍ୟୁମର ମୁଦ୍ରାସ୍ଫୀତି ୪.୫ ପ୍ରତିଶତରେ ସୀମିତ ରହିଥିଲା ଯାହା ବିଗତ ୨୫ ମାସ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କନ୍‌ଜ୍ୟୁମର ମୁଦ୍ରାସ୍ଫୀତି ୪ ପ୍ରତିଶତ (ଆଉ ୨ ପ୍ରତିଶତ ଅଧିକ କିମ୍ବା କମ) ଟାର୍ଗେଟ କରାଯାଇଥିଲା ।

ନିକଟରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଦିଲ୍ଲୀ ସମେତ ଦେଶର କେତେକ ପ୍ରମୁଖ ସହରରେ ଟମାଟୋ କିଲୋ ୨୪୦ରୁ ୨୬୦ ଟଙ୍କାରେ ପହଞ୍ଚିଲାଣି । ଖାଦ୍ୟ ସାମଗ୍ରୀ ମୂଲ୍ୟ ହୁ ହୁ ହୋଇ ବଢୁଥିବାରୁ ଗରିବ ଓ ମଧ୍ୟମବର୍ଗର ଲୋକେ ସବୁଠାରୁ ପ୍ରଭାବିତ ହେଉଥିବା ଜଣାପଡିଛି । ସେମାନଙ୍କ ମାସିକିଆ ରୋଜଗାରର ଏକ ବଡ ଅଂଶ କେବଳ ଖାଦ୍ୟ ସାମଗ୍ରୀ କିଣିବାରେ ଖର୍ଚ୍ଚ ହେଉଛି । ଦିଲ୍ଲୀର ଜଣେ ଦିନ ମଜୁରିଆଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଟମାଟୋ ତୁଳନାରେ ଚିକେନ୍ ମୂଲ୍ୟ କମ ରହିଛି । ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନୀତି କାର୍ଯ୍ୟକାରୀ କରାଯାଉଥିବା ସତ୍ତ୍ୱେ ଜୁନ୍‌ରେ ସିରିଏଲ ମୁଦ୍ରାସ୍ଫୀତି ୧୨.୭ ପ୍ରତିଶତରେ ପହଞ୍ଚିଥିବା ଜଣାପଡିଛି । ପ୍ରୋଟିନ ମିଳୁଥିବା ଡାଲି ଜାତୀୟ ସାମଗ୍ରୀର ମୁଦ୍ରାସ୍ଫୀତି ୧୦.୫୩ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ପନିପରିବା ମୁଦ୍ରାସ୍ଫୀତି ୦.୯୩ ପ୍ରତିଶତ ହ୍ରାସ ପାଇଛି । ଟମାଟୋ ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ ଅନ୍ୟ ପନିପରିବା ଉପରେ ମଧ୍ୟ ପଡୁଛି । ପାଣିପାଗ ଯୋଗୁଁ ଏହା ଘଟୁଛି ବୋଲି କେତେକ ଅର୍ଥନୀତିଜ୍ଞ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking