32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ; ଫଳ ଘୋଷଣା ଉପରେ ହାଇକୋର୍ଟ ରୋକ୍‌

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ; ଫଳ ଘୋଷଣା ଉପରେ ହାଇକୋର୍ଟ ରୋକ୍‌

କୋଲକାତା : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଭୋଟଗଣତି ପ୍ରକ୍ରିୟା ବୁଧବାର ଅବ୍ୟାହତ ରହିଥିବାବେଳେ ଫଳାଫଳ ଘୋଷଣା ଉପରେ କୋଲକାତା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଭୋଟଗ୍ରହଣ ଦିନ ହୋଇଥିବା ହିଂସା ଘଟଣାରେ ଆଗତ ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ ସରକାରୀଭାବେ ଫଳାଫଳ ଘୋଷଣା ନ କରିବାକୁ ହାଇକୋର୍ଟ ବୁଧବାର ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୋଟଗ୍ରହଣ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ନିର୍ବାଚନ ସଂକ୍ରାନ୍ତ ମାମଲା ହାଇକୋର୍ଟରେ ପହଞ୍ଚି ସାରିଛି, ତେଣୁ ସେଗୁଡିକର ବିଚାର ନହେବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା କରାଯାଇପାରିବନି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ୭୩,୮୮୭ ଆସନ ପାଇଁ ଜୁଲାଇ ୮ରେ ଭୋଟଗ୍ରହଣ କରାଯାଇଥିଲା ।

ଏଥିମଧ୍ୟରୁ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୯୨୮ ହୋଇଥିବାବେଳେ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଆସନ ସଂଖ୍ୟା ଯଥାକ୍ରମେ ୯୭୩୦ ଓ ୬୩,୨୨୯ ରହିଛି । ରିପୋର୍ଟ ପ୍ରସ୍ତୁତି ସୁଦ୍ଧା କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ଲାଭ କରିବାକୁ ଯାଉଛି । ଟିଏମ୍‌ସି ୫୫୪ ଜିଲ୍ଲା ପରିଷଦ ଆସନ ଜିତିଥିବାବେଳେ ୨୦୧ ଆସନରେ ଆଗୁଆ ରହିଛି । ବିଜେପି ମାତ୍ର ୧୯ଟି ଆସନ ଅକ୍ତିଆର କରିଥିବାବେଳେ ୭ଟିରେ ଆଗୁଆ ରହିଛି । ସେହିପରି ଟିମଏ୍‌ସ ୩୪,୩୫୯ଟି ଗ୍ରାମ ପଞ୍ଚାୟତ ଆସନରେ ବିଜୟୀ ହୋଇଥିବାବେଳେ ୭୫୨ ଆସନରେ ଆଗୁଆ ରହିଛି । ବିଜେପି ୯୫୪୫ ଆସନ ହାତେଇଥିବାବେଳେ ୧୮୦ ଆସନରେ ଆଗୁଆ ରହିଛି । ସିପିଏମକୁ ୨୮୮୫ ଆସନ ମିଳିଥିବାବେଳେ ସେମାନେ ୯୬ ଆସନରେ ଆଗୁଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking