28.1 C
Bhubaneswar
Thursday, May 2, 2024
Homeଓଡିଶାଜାନୁୟାରୀ୨୬ କୁ କାହିଁକି ସାଧାରଣତନ୍ତ୍ର ଦିବସ କୁହାଯାଏ

ଜାନୁୟାରୀ୨୬ କୁ କାହିଁକି ସାଧାରଣତନ୍ତ୍ର ଦିବସ କୁହାଯାଏ

ଭୁବନେଶ୍ୱର: ୧୯୫୦ ମସିହାରେ ଆମଦେଶ ର ସମ୍ବିଧାନ ଲାଗୁ ହେଲା । ସେହି ଦିନଠାରୁ ଆମ ଦେଶ ଏକ ଗାଣତାନ୍ତ୍ରିକ ଦେଶ ଭାବରେ ବିବେଚିତ ହେଲା । ଆମେ ସମସ୍ତେ ଜାଣିଛେ ଏକ  ଛୋଟ ସଂସ୍ଥା ଚଳାଇବାକୁ ହେଲେ କିଛି ନିୟମ ଲାଗୁ ହୋଇଥାଏ କାରଣ ବିନା ନିୟମରେ ଚାଲିବ କଷ୍ଟକର । ସେହିପରି ଭାରତ ଏକ ବଡ ଦେଶ ଏବଂ ଏଥିରେ ସବୁ ବର୍ଗର ମଣିଷ ରହୁଥିବାରୁ ଏହାକୁ ବିନା ନିୟମରେ ଚଳାଇବା ଅସମ୍ଭବ । ସେଥିପାଇଁ ଆମର ପୂର୍ବଜ ମାନେ ଏକ ଗ୍ରନ୍ଥ ରଚନା କଲେ ଯାହା ମାଧ୍ୟମରେ ବିଭିନ୍ନ ନିୟମ ବିଷୟରେ ବର୍ଣିତ ଅଛି । ଯେଉଁ ନିୟମକୁ ନେଇ ଆମ ଦେଶ ଭାରତ ପରିଚାଳିତ ହେଉଛି ତାହାକୁ ସମ୍ବିଧାନ ବୋଲି ନାମିତ କରାଯାଇଛି । ଦେଶ ର ବୀର ମହାନାୟକଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରାଣବଳି ବଳରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲା କିନ୍ତୁ ଦେଶ କୁ ଚଳାଇବା ପାଇଁ କୌଣସି ଶାସନ ଖସଡ଼ା ବା ସମ୍ବିଧାନ ପ୍ରସ୍ତୁତ ହୋଇନଥିଲା । ଦେଶର ଶାସନ ଖସଡ଼ା ପ୍ରଣୟନ ପାଇଁ ଅର୍ଥ ଶାସ୍ତ୍ର ରେ ଡ଼.ଭୀମ ରାଓ ଆମ୍ବେଦକର ଙ୍କୁ ଦାୟିତ୍ୱା ଦିଆଗଲା ।  ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନରେ ଅକ୍ଲାନ୍ତ ପରିଶ୍ରମ ର ଫଳ ୧୯୫୦ ମସିହା ନଭେମ୍ବର ୨୬ ତାରିଖ ରେ ଏହା ଶେଷ ହୋଇଥିଲା କିନ୍ତୁ କାହିଁକି ଆମେ ପ୍ରତି ବର୍ଷ ସାଧରଣତନ୍ତ୍ର ଦିବସକୁ ଜାନୁୟାରୀ ୨୬ ତାରିଖରେ ପାଳନ କରିଥାଉ ।
ଏହାର କାରଣ ହେଲା ୧୯୨୯ ରେ କିଛି ବୁଦ୍ଧିଜୀବୀ ମଞ୍ଜ ସହ ମିଶି ମୋତିଲାଲ ନେହେରୁ ଏକ ସମ୍ବିଧାନ ଡ୍ରାଫ୍ଟ କରିଥିଲେ କିନ୍ତୁ ଇଂରେଜ ମାନେ ଏହାକୁ ଲାଗୁ କରିଲେ ନାହିଁ । ସେହି ସମୟରେ ଜବାହାରଲାଲ ନେହୁରୁ କଂଗ୍ରେସ ର ଲାହୋର ଅଧିବେଶଶନ ରେ ୨୬ ଜନୁୟାରୀ୧୯୩୦ ରେ ପୂର୍ଣ୍ଣ ସ୍ୱରାଜ ଘୋଷଣା କରିଦେଲେ ଏବଂ ପ୍ରତିଜ୍ଞା କଲେକି ଯେତେଦିନ ଯାଏ ଭାରତକୁ ପୂର୍ଣ୍ଣ ସ୍ଵରାଙ୍କ ମିଳିବ ନାହିଁ ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବେ ନାହିଁ ତେଣୁ ଦେଶ ସ୍ୱାଧୀନ ପରେ ୨୬ ଜାନୁୟାରୀକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking