37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶଏଥିପାଇଁ ୬୦ ବର୍ଷର ମହିଳାଙ୍କୁ ବାହାହେଲେ ୨୦ ବର୍ଷର ଯୁବକ

ଏଥିପାଇଁ ୬୦ ବର୍ଷର ମହିଳାଙ୍କୁ ବାହାହେଲେ ୨୦ ବର୍ଷର ଯୁବକ

ଉତ୍ତରପ୍ରଦେଶ: ପ୍ରେମ ଆଗରେ ସବୁ କିଛି ହାର ମାନିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିôବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁରରେ । ଦେଖିବାକୁ ମିଳିଛି ଭିନ୍ନ ଜାତିର ବିବାହ ହେଉ କି ଭିନ୍ନକ୍ଷମ ବିବାହ ହେଉ କିନ୍ତୁ ଆଜି ଆମେ ଏପରି ଏକ କଥା ସାମ୍ନାକୁ ଆଣୁଛୁ ଯାହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ । ଏଠି ପ୍ରେମ ଆଗରେ ବୟସ ହାର ମାନିଛି । ରୀତି ନୀତି ଅନୁସାରେ ଦେଖାଯାଇଛି ପୁଅ ଝିଅଠାରୁ ବୟସରେ କମ ହୋଇଥାଏ । କିନ୍ତୁ ଏଠି ଯେଉଁ କଥା ଆମେ ଆଲୋଚନାକୁ ଆଣୁଛୁ ତାହା ପୁଅକୁ ୨୦ ବର୍ଷ ହୋଇଥିବା ବେଳେ ଯାହାକୁ ବିବାହ କରିଛନ୍ତି ତାଙ୍କର ବୟସ ୬୦ ଏବଂ ତାଙ୍କର ମଧ୍ୟ ଗୋଟିଏ ଝିଅ ଅଛି ସେ କି ୪ ବର୍ଷ ପୂର୍ବେ ବିବାହ ହୋଇସାରିଛନ୍ତି । ଏଭଳି ଘଟଣା ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଟପୁରା ଗ୍ରାମରେ ବସବାସ କରୁଥିବା ୬୦ବର୍ଷୀୟା ମହିଳା କେଶରବତୀଙ୍କ ମୋବାଇଲ୍ ଫୋନ୍କୁ ଏକ ରଙ୍ଗନମ୍ବରରୁ କଲ୍ ଆସିଥିଲା। ଏହି ନମ୍ବର ହରଦୋଇରେ ରହୁଥିବା ୨୦ବର୍ଷର ରାକେଶ ପାଲଙ୍କର ଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ପ୍ରେମ । ଫୋନରେ ପ୍ରେମ ହେବା ପରେ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଦୃଢ଼ ହେବାକୁ ଲାଗିଲା ଯାହାକି ପ୍ରେମ ପରେ ବିବାହ ହେବାରେ ସଫଳ ହେଲେ । ଯୁବକ କେଶରବତୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କେଶରବତୀ ବି ରାକେଶଙ୍କ ଏହି ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଗତ ଶନିବାର ରାକେଶ ପାଲ ହରଦୋଇରୁ କେଶରବତୀ ରହୁଥିବା ରାମପୁରର ଜଟପୁରା ଗ୍ରାମରେ ଯାଇ ପହଞ୍ଚିଥିଲେ। ସେଠାରେ ରାକେଶ କେଶରବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତଜନ୍ମ ପାଇଁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking