30.1 C
Bhubaneswar
Wednesday, April 24, 2024
Homeଓଡିଶାଗଣତନ୍ତ୍ର ର ମାନଦଣ୍ଡ ହେଉଛି ଶିକ୍ଷା

ଗଣତନ୍ତ୍ର ର ମାନଦଣ୍ଡ ହେଉଛି ଶିକ୍ଷା

ଭୁବନେଶ୍ୱର: ବହୁ ବର୍ଷ ବିଦେଶୀ ଶାସନଧୀନ ରହି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ଆମ ଦେଶ ସ୍ୱାଧୀନ ହେଲା  ।ଦେଶର ଏକ ଶାସନ ଖସଡ଼ା ତିଆରି ହେଲା  ।୧୯୫୦ ଜାନୁୟାରୀ ୨୬ ତାରିଖରେ ଆମ ଦେଶ ର ସମ୍ବିଧାନ କାର୍ଯ୍ୟକାରୀ ହେଲା  । ଏହି ଦିନଟିକୁ ଭାରତ ବର୍ଷର ସାଧାରତନ୍ତ୍ର ଦିବସ ରୂପେ ପାଳିତ ହେଲା  । ଏହା ହେଉଛି ଭାରତୀୟ ଞ୍ଜ ଗର୍ବ ଓ ଗୋୖରବ  । ଆମେ ଜାଣୁ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର  । ଜାତି ଧର୍ମ ନିର୍ବିଶେଷ ରେ ସମସ୍ତେ ସମାନ  । ଗଣତନ୍ତ୍ର ର ମାନଦଣ୍ଡ ହେଉଛି ଶିକ୍ଷା  । ଗଣତନ୍ତ୍ର ର ସଫଳତା ଶିକ୍ଷାର ପ୍ରସାର ଉପରେ ନିର୍ଭର କରିଥାଏ  । ଯେଉଁଠାରେ ଶିକ୍ଷାର ପ୍ରସାର ଯେତେ ଅଧିକ ସେଠାରେ ଗଣତନ୍ତ୍ର ସେତେ ଫଳ ପ୍ରଦ  । କାରଣ ନିରକ୍ଷର ବ୍ୟକ୍ତି ରାଷ୍ଟ୍ର ର ବିଭିନ୍ନ ସମସ୍ୟା କୁ ବୁଝିବାରେ ସକ୍ଷମ ହୋଇପାରିନଥାଏ  । ଶାସନ କ୍ଷମତା ର ମୂଳ ଉତ୍ସ ଜନସାଧାରଣ ଙ୍କ ହାତରେ ରହିଛି ସେମାନେ ହିଁ ଦେଶର ଶାସନ ଭାରକୁ ସୁଚାରୁରୂପେ ପରିଚାଳନା କରନ୍ତି  ।ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ  । ଭାରତର ରାଜଧାନୀ ଦିଲ୍ଲୀ ଠାରୁ ପଲ୍ଲୀ ପର‌୍ୟ୍ୟନ୍ତ ମହାସମରହରେ ପାଳିତ ହୁଏ  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking