32.1 C
Bhubaneswar
Thursday, May 2, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସବୁଜ ବିପ୍ଳବର ଶୁଭା ଆରମ୍ଭ,ଟାଙ୍ଗରା ଭୂମି ହେବ ଶସ୍ୟ ଶ୍ୟାମଳା

ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସବୁଜ ବିପ୍ଳବର ଶୁଭା ଆରମ୍ଭ,ଟାଙ୍ଗରା ଭୂମି ହେବ ଶସ୍ୟ ଶ୍ୟାମଳା

ଯାଜପୁର:    ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସବୁଜ ବିପ୍ଳବ ଶୁଭା ଆରମ୍ଭ, ଟାଙ୍ଗରା ଭୂମି ହେବ ଶସ୍ୟ ଶ୍ୟାମଳା । ରେଙ୍ଗାଲି କେନାଲର ପ୍ରଥମ ପାଣି ପଂହଁଚିଲା  l ବହୁ ପ୍ରତିକ୍ଷୀତ ରେଙ୍ଗାଲି କେନାଲl ପାଣି ସୁକିନ୍ଦା ବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିଛି l ସୁକିନ୍ଦା ବ୍ଲକ ର ବନ୍ଧଗାଁ ଠାରେ ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡେ଼ଇ କେନାଲ ପାଣିକୁ ଶୁଭା ଆରମ୍ଭ କରି ଥିଲେ ଜଳ ସେଚନ ବିଭାଗ ପକ୍ଷରୁ ଏଥି ନିମନ୍ତେ ଏକ ସଭା ଆୟୋଜନ କରାଯାଇଥିଲା ଶ୍ରୀ ଘଡେ଼ଇ କହିଲେ ଯେ ବହୁପତିକ୍ଷୀତ ରେଙ୍ଗାଲି କେନାଲ ସୁକିନ୍ଦା ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୋଗୁ କେନାଲ ପଂହଁଚି ପାରିଛି l ଏବେ 10 ହଜାର ଏକର ପାଣି ମାଡ଼ିବ 2ୟ ପ୍ରର୍ଯ୍ୟାୟ ରେ 800ଏକର ଜମି ରେ କେନାଲ ପାଣି ମାଡ଼ିବ ସୁକିନ୍ଦା ଏବେ ଶସ୍ୟ ଶ୍ୟାମଳା ଭୂମି ରେ ପରିଣତ ହେବ ଟାଙ୍ଗରା ଭୂମି ରେ ସବୁଜ ବିପ୍ଳବ ହେବ ସୁକିନ୍ଦା ରେ ଶିଳ୍ପ ବିପ୍ଳବ ହୋଇଛି ଏବେ ସବୁଜ ବିପ୍ଳବ ର ଶୁଭା ଆରମ୍ଭ ହେଲା ସୁକିନ୍ଦା ବସି ଙ୍କ ଆଶା ପୂରଣ ହୋଇଛି କେହି ବେକାର ହୋଇ ରହିବେ ନାହିଁ ଜଳ ସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଓ ପଦସ୍ଥ ଅଫିସର ମାନେ ଉପସ୍ଥିତ ଥିଲେ ବିଜେଡ଼ି ନେତା କର୍ମୀ ମାନେ ଜୟ ଧ୍ୱନି କରୁ ଥିବା ର ଦେଖା ଯାଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking