33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ ୩୦ ରୁ ଊର୍ଦ୍ଧ୍ବ ଲୋକ, ୪ ମୃତ

ଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ ୩୦ ରୁ ଊର୍ଦ୍ଧ୍ବ ଲୋକ, ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ବଡ ଧରଣର ଅଘଟଣ ଘଟିଛି । କୂଅରେ ଖସି ପଡିଥିବା ଜଣେ ବାଳକକୁ ଉଦ୍ଧାର ପାଇଁ କୂଅରେ ଖସି ପଡିଲ ୩୦ ରୁ ଅଧିକ ଲୋକେ । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ଭୟାନକ ମଧ୍ୟ । ଘଟଣାଟି ଏମିତି ଜଣେ ବାଳକ ବାସୋଦାରେ ଥିବା ଏକ କୂଅରେ କୈଣସି କାରଣ ବଶତଃ ଖସି ପଡିଥିଲା । ବାଳକଟିକୁ ଉଦ୍ଧାର କରିବା ପାଇଁ ଜଣେ ପରେ ଜଣେ ଲୋକ ସ୍ଥାନୀୟ ଅଞ୍ଚଳରେ ଜମା ହୋଇଥିଲେ । ବାଳକଟିକୁ ଉଦ୍ଧାର ପାଇଁ ଏକ ରଶିଟିକୁ କୂଅରେ ପକାଇଥିଲେ ସ୍ଥାନୀୟ ଲୋକେ। ଦୁର୍ଭାଗ୍ୟବଶତଃ ରସିଟି ଛିଣ୍ତି ଯାଇଥିଲା । ପରେ ସମସ୍ତ କୂଅରେ ଖସି ପଡିଥିଲେ । ଏହି ଘଟଣାରେ ୧୦ ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ଆଧାରରେ କୁହାଯାଉଛି ।

ଏବେବି ଅନେକ ଫସି ରହିଛନ୍ତି । ସେପଟେ ଘଟଣାକୁ ନେଇ ଆକ୍ସନ ମୁଡକୁ ଆସିଯାଇଛନ୍ତି ମଧ୍ୟପ୍ରଦେଶ ସରକାର । ଖୋଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘଟଣାର ପ୍ରତ୍ୟକ୍ଷ ତତ୍ବାବଧାନ କରୁଥିବା ବେଳେ ଜଣେ ମନ୍ତ୍ରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଛନ୍ତି । ଏହାବାଦ ରାଜ୍ୟ ପୋଲିସ, ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି ।ଅନ୍ୟପଟେ, ଘଟଣାରେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଭବ ସାରଙ୍ଗ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତାଦାରଖ କରୁଛନ୍ତି। ଏହାସହ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା ଯୋଗାଇ ଦେବା ସହ ଆହତଙ୍କୁ ୫୦ ହଜାରର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking