38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶ୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ

୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ: ପିଏମ ମୋଦି ଆଜି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର, କେରଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସାମ୍ନାରେ ପିଏମ ମୋଦି ୟୁପି ସରକାରଙ୍କ ତାରିଫ ବି କରିଥିଲେ । ୟୁପି ସରକାରଙ୍କ ୩ଟି ମଡେଲ ବିଷୟରେ କହିଥିଲେ । ଏହି ଆଲୋଚନା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ବି ଉପସ୍ଥିତ ରହିଥିଲେ ।
ସମସ୍ତ ୬ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କୁ ପିଏମ ମୋଦି କହିଛନ୍ତି, ଆମେ ଏହି ସମୟର ଏକ ଏମିତି ପରିସ୍ଥିତିରେ ଅଛୁ, ଯେଉଁଠି ୩ୟ ଲହର ର ଆଶଙ୍କା ଲଗାତର ବଢୁଛି । କିଛି ରାଜ୍ୟରେ ବଢୁଥିବା ସଂଖ୍ୟା  ଏବେ ବି ଚିନ୍ତାଜନକ । ଗତ ସପ୍ତାହରେ ପ୍ରାୟ ୮୦ ପ୍ରତିଶତ ନୂଆ କରୋନା ମାମଲା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର, କେରଳରେ ରହିଛି । ମହାରାଷ୍ଟ୍ର ଓ କେରଳରେ ଏହି ମାମଲା ଲଗାତର ଭାବେ ବୃଦ୍ଧି ହେଉଛି । ବିଶେଷଜ୍ଞ କୁହନ୍ତି, ଲମ୍ବା ସମୟ ଯାଏଁ ଏହି ମାମଲା ବଢିବା ଦ୍ୱାରା ଭାଇରସରେ ମ୍ୟୁଟେସନ ଆଶଙ୍କା ବଢିଯାଏ । ନୂଆ ଭାରିଏଣ୍ଟର ଆଶଙ୍କା ବଢେ । ସେଥିପାଇଁ ୩ୟ ଲହରକୁ ରୋକିବାକୁ ହେଲେ କଡା ପଦକ୍ଷେପ ନେବା ଜରୁରୀ ।
ପିଏମ ମୋଦି ଆହୁରି ମଧ୍ୟ କହିଛନ୍ତି, ଦେଶର ସମସ୍ତ ରାଜ୍ୟକୁ ନୂଆ ଆଇସିୟୁ ବେଡ ବନାଇବା, ଟେଷ୍ଟିଂ କ୍ଷମତା ବଢାଇବା ଓ ଅନ୍ୟ ସମସ୍ତ ଆବଶ୍ୟକତାକୁ ପୁରା କରିବା ପାଇଁ ଫଣ୍ଡ ଯୋଗାଇ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking