28.9 C
Bhubaneswar
Tuesday, June 30, 2026
Homeଓଡିଶାବାରମ୍ବାର ଘଟୁଛି ଅଘଟଣ : ବନ୍ଦ ହେଉନି ବାଲି ଉତ୍ତୋଳନ

ବାରମ୍ବାର ଘଟୁଛି ଅଘଟଣ : ବନ୍ଦ ହେଉନି ବାଲି ଉତ୍ତୋଳନ

ଯାଜପୁର : ବାରମ୍ବାର ଘଟୁଛି ଅଘଟଣ କିନ୍ତୁ ବନ୍ଦ ହେଉନି ବାଲି ଉତ୍ତୋଳନ। ଏହାର ପ୍ରତିବାଦ ରେ ଖଣି ଉପନିର୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କଲେ ଗ୍ରାମବାସୀ। ଯାଜପୁର ବ୍ଲକ ଖଇରାବାଦ ପଞ୍ଚାୟତ ଅଡଙ୍ଗ ଘାଟ ରେ ଚାଲିଥିବା ବାଲି ଘାଟ ଯୋଗୁଁ ସ୍ଥାନୀୟ ଅଞ୍ଚଳ ରେ ନାନା ସମସ୍ୟା ଦେଖିବାକୁ ମିଳିଛି। ବାଲି ଖୋଲାଯାଇଥିବା ରୁ ନଦୀ ଗଭୀର ହୋଇ ଅନେକ ସମୟ ରେ ଲୋକେ ବୁଡି ମୃତ୍ୟୁ ବରଣ କରିଛନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟା ରେ ଗାଡ଼ି ଚାଲୁଥିବା ରୁ ସ୍ଥାନୀୟ ଲୋକେ ନାନା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୂର୍ବରୁ ଏହି ଘାଟ କୁ ବନ୍ଦ କରିବା ପାଇଁ ଦାବି କରାଯାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାର ପ୍ରତିବାଦ ରେ ଗ୍ରାମବାସୀ ଏକତ୍ରିତ ହୋଇ ଖଣି ବିଭାଗ ଉପ ନିର୍ଦ୍ଦେଶକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ତୁରନ୍ତ ଏହି ଘାଟ ବନ୍ଦ କରାନଗଲେ ଆଗାମୀ ଦିନ ରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking