29.4 C
Bhubaneswar
Tuesday, June 23, 2026
Homeଓଡିଶାପୁରୀ ଅଠରନଳା ଉପରେ ଆମିଷ ରୋଷେଇ

ପୁରୀ ଅଠରନଳା ଉପରେ ଆମିଷ ରୋଷେଇ

ପୁରୀ: ପୁରୀ ଅଠରନଳା ଉପରେ ଆମିଷ ରୋଷେଇ। ପୁରୀର ଐତିହ୍ୟ କୀର୍ତ୍ତିରାଜି ଅଠରନଳା ଉପରେ ବେଆଇନ ଭାବେ ମଟନ ଭୋଜି ହେଉଥିବା ଦେଖିବାକୁ ମିଳିଛି। କିଛି ବଙ୍ଗାଳୀ ମିସ୍ତ୍ରୀ କାଠ ସାହାଯ୍ୟରେ ଅଠରନଳା ଉପରେ ଚୁଲି ଜାଳି ମାଂସ ରାନ୍ଧି ଭୋଜି କରୁଥିବା ଦେଖାଦେଇଛି।ଯେକୌଣସି ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ, ଖନନ, କିମ୍ବା ଭୋଜି-ଭାତ ଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ । ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ରାଜା ଭାନୁ ଦେବଙ୍କ ଦ୍ୱାରା ନିର୍ମିତ ଏହି ଅଠରନଳା ସେତୁ ପୁରୀର ପ୍ରବେଶ ଦ୍ୱାର ଓଡ଼ିଶାର ମଧ୍ୟଯୁଗୀୟ ସ୍ଥାପତ୍ୟର ଏକ ଅନନ୍ୟ ନିଦର୍ଶନ। ଏହା ଆମ ପରମ୍ପରା ଓ ଐତିହ୍ୟର ଜୀବନ୍ତ ଗାଥା। ଐତିହାସିକ ସ୍ଥଳରେ ଏଭଳି ଭୋଜି କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ। ଖୋଲାଖୋଲି ଭାବେ ଅଠରନଳା ସେତୁ ଉପରେ ଚୁଲି ଜଳିବା, ପିଚୁ ପ୍ରସ୍ତୁତ କରିବା, କାଠ ଗଦା ହେବା ଓ ମାଂସ ରନ୍ଧା ହେବା ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାର ନିହାତି ଆବଶ୍ୟକତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking