ବାରଙ୍ଗ: ଆଜି ଖୋର୍ଦ୍ଧାଜିଲ୍ଲା ବେଗୁନିଆ ଓ କଟକ ତ୍ରିଶୁଳିଆରେ ଘଟିଛି ଦୁଇଟି କାର ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ ତାଳତୁମ୍ବ ରାସ୍ତାର ଚଟୁଆ ଛକ ନିକଟରେ ଜଳିଗଲା ଦାମୀ ଗାଡି ଏମଜି ଗ୍ଲୋସ୍ଟର କାର । ଅଳ୍ପକେ ବର୍ତିଲେ ଗାଡିରେ ଥିବା ୩ ଯାତ୍ରୀ । ବେଗୁନିଆ ଆଡୁ ଏହି ଗାଡିଟି ତାଳତୁମ୍ବ ରାସ୍ତାରେ ଯାଉଥିବା ବେଳେ ହଠାତ ଧୂଆଁ ବାହାରିବାର ଦେଖିବା ପରେ ଡ୍ରାଇଭର ଓହ୍ଲାଇ ଥିଲେ। ଇଞ୍ଜିନ ପାଖରୁ ନିଆଁ ବାହାରିଥିବା ଡ୍ରାଇଭର ଦେଖିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଗାଡିରୁ ୩ଜଣ ଓହ୍ଲାଇ ପଡ଼ିଥିଲେ। ବେଗୁନିଆ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା ତେବେ କେଉଁ କାରଣରୁ ଲାଗିଲା ନିଆଁ ତାହା ଅସ୍ପଷ୍ଟ ଅଛି।










