29.4 C
Bhubaneswar
Tuesday, June 23, 2026
Homeଓଡିଶାଜୁଲାଇ ୯ ରେ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି

ଜୁଲାଇ ୯ ରେ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ଭୁବନେଶ୍ୱରରେ ଅନୁଷ୍ଠିତ OUAT କାର୍ଯ୍ୟକ୍ରମରେ ସାମିଲ ହେବେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେବାର ସୂଚନା ରହିଛି । ଦିନିକିଆ ଗସ୍ତରେ ସେ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ ।ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳର ସମସ୍ତ ବ୍ୟବସ୍ଥାକୁ ନେଇ ସମ୍ପୃକ୍ତ ବିଭାଗମାନେ ସଜାଗ ରହିଛନ୍ତି। ଏହି ଦିନିକିଆ ଗସ୍ତରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ତାଙ୍କ ଗସ୍ତକୁ ନେଇ ରାଜଧାନୀରେ ପ୍ରଶାସନିକ ତତ୍ପରତା ବଢ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking