29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶୟୁପିଆଇ ବ୍ୟବହାରକାରୀଙ୍କୁ ଖୁସି ଖବର ଦେଲା ଆର୍‌ବିଆଇ, ଏଣିକି ଥରକେ କରିପାରିବେ ୫ ଲକ୍ଷ ଟ୍ରାନ୍‌ଜାକ୍ସନ

ୟୁପିଆଇ ବ୍ୟବହାରକାରୀଙ୍କୁ ଖୁସି ଖବର ଦେଲା ଆର୍‌ବିଆଇ, ଏଣିକି ଥରକେ କରିପାରିବେ ୫ ଲକ୍ଷ ଟ୍ରାନ୍‌ଜାକ୍ସନ

ମୁମ୍ବାଇ  : ୟୁପିଆଇ ବ୍ୟବହାରକାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣିକି ୟୁପିଆଇ ବ୍ୟବହାରକାରୀ ଏକା ଥରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍‌ଲାଇନରେ ଟ୍ରାନ୍‌ଜାକ୍ସନ କରିପାରିବେ। ପୂର୍ବରୁ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା। ଯାହାକୁ ଆଜି ପରିବର୍ତ୍ତନ କରାଯାଇଥିବା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି। ୟୁପିଆଇ ଟ୍ରାନ୍‌ଜାକ୍ସନ ସୀମା ବଢାଯାଇଥିଲେ ମଧ୍ୟ ଏହା କେବଳ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଟଙ୍କା ପଠାଇବା ବେଳେ ଉପଯୋଗୀ ହେବ ବୋଲି କୁହାଯାଇଛି। ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଫିସ୍‌ ଦେବା ସମୟରେ ୟୁପିଆଇ ଟ୍ରାନ୍‌ଜାକ୍ସନକୁ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। କାରଣ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା। ଯାହାକୁ ଲକ୍ଷ୍ୟ କରି ଏଥିରେ ପରିବର୍ତ୍ତନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking