27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଉତ୍ତର କୋରିଆରେ ହ୍ରାସ ପାଉଛି ଜନ୍ମହାର: ଚିନ୍ତାରେ କିମ୍ ଜଙ୍ଗ ଉନ୍, ମହିଳାଙ୍କୁ ଅଧିକ ପିଲା...

ଉତ୍ତର କୋରିଆରେ ହ୍ରାସ ପାଉଛି ଜନ୍ମହାର: ଚିନ୍ତାରେ କିମ୍ ଜଙ୍ଗ ଉନ୍, ମହିଳାଙ୍କୁ ଅଧିକ ପିଲା ଜନ୍ମ କରିବାକୁ କଲେ ଅନୁରୋଧ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ ଜନ୍ମହାର ହ୍ରାସ ପାଉଛି। ଏଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍। ଏକ କାର୍ଯ୍ୟକ୍ରମରେ ଦୁଃଖରେ କାନ୍ଦି ପକାଇଛନ୍ତି କିମ୍ ଜଙ୍ଗ ଉନ୍।। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ମହିଳାମାନଙ୍କୁ ଅଧିକ ପିଲା ଜନ୍ମ କରିବାକୁ କିମ୍ ଜଙ୍ଗ ଉନ୍ ଅନୁରୋଧ କରିବା ବେଳେ ତାଙ୍କ ଆଖି ଛଳ ଛଳ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଗତ ରବିବାର(୩ ଡିସେମ୍ବର) ଜାତୀୟ ମାତ୍ରୁ ଦିବସ ଅବସରରେ ରାଜଧାନୀ ପୋଙ୍ଗୟାଙ୍ଗରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ଜନ୍ମହାର ହ୍ରାସକୁ ରୋକି ଦେଶର ଶକ୍ତି ବଢ଼ାଇବା ଜଣେ ମାଆର କର୍ତ୍ତବ୍ୟ ବୋଲି କିମ୍ ଜଙ୍ଗ ଉନ କହିଛନ୍ତି। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠିର ଆକଳନ ଅନୁସାରେ ୨୦୨୩ ସୁଦ୍ଧା ଉତ୍ତର କୋରିଆରେ ଜନ୍ମହାର ୧.୭୯କୁ ହ୍ରାସ ପାଇଛି। ଦକ୍ଷିଣ କୋରିଆର ଜନ୍ମହାର ଠାରୁ ବି ଉତ୍ତର କୋରିଆର ଜନ୍ମହାର ମନ୍ଥର ରହିଛି। ବର୍ତ୍ତମାନ ଉତ୍ତର କୋରିଆରେ ଅଧିକ ପିଲା ଜନ୍ମ କରିବାକୁ ସରକାର ଦେଶର ନାଗରିକଙ୍କୁ ଅନୁରୋଧ କରୁଛନ୍ତି। ଯେଉଁ ଦମ୍ପତିଙ୍କର ୩ରୁ ଅଧିକ ପିଲା ହେବେ ସେମାନଙ୍କୁ ମାଗଣା ଘରୋଇ ବ୍ୟବସ୍ଥା, ରାଜ୍ୟ ସବ୍‌ସିଡି, ମାଗଣା ଖାଦ୍ୟ, ଔଷଧ, ଘରୋଇ ସାମଗ୍ରୀ,ଏବଂ ପିଲାଙ୍କ ପାଇଁ ଏଜୁକେସନାଲ ପାର୍କ ତିଆରି କରିବାକୁ ସରକାର ଘୋଷଣା କରୁଥିବା ଉତ୍ତର କୋରିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking