40.1 C
Bhubaneswar
Thursday, April 25, 2024
Homeକମନୱେଲଥ ଗେମ୍ସରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି ଓ ବିନେଶ ଜିତିଲେ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି ଓ ବିନେଶ ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣରେ ନବମ ଦିନରେ ଭାରତ ପାଇଁ ରେସଲର୍‌ମାନେ ପଦକ ବିଜୟ ଧାରା ଜାରି ରଖିଛନ୍ତି। ଇଭେଣ୍ଟ୍‌ର ପ୍ରଥମ ଦିନରେ ଶୁକ୍ରବାର ୩ଟି ସ୍ୱର୍ଣ୍ଣ ସମେତ ପ୍ରତିଯୋଗୀମାନେ ୬ଟି ପଦକ ଜିତିଥିବା ବେଳେ ଦ୍ୱିତୀୟ ଦିନରେ ଶନିବାର ଏଥିରେ ଆଉ ଦୁଇଟି ସ୍ୱର୍ଣ୍ଣ ଯୋଡ଼ିହୋଇଛି । ନବମ ଦିନରେ ପ୍ରଥମ ସ୍ୱର୍ଣ୍ଣପଦକଟି ପୁରୁଷ ରେସଲର୍ ରବି କୁମାର ଦହିୟା ଜିତିଛନ୍ତି । ସେ ୫୭ କିଗ୍ରା ଫ୍ରିଷ୍ଟାଇଲ୍ ଫାଇନାଲ୍‌ରେ ନାଇଜେରିଆର ଏବିକେୱେନିମୋ ୱେଲସନ୍‌ଙ୍କୁ ୧୦-୦ ଟେକ୍‌ନିକାଲ୍ ସୁପରିଅରିଟି ଭିତ୍ତିରେ ପରାସ୍ତ କରି ସଂସ୍କରଣରେ ଦେଶ ପାଇଁ ଦଶମ ପଦକ ଜିତିଛନ୍ତି । ପୂର୍ବରୁ ୨୪ ବର୍ଷୀୟ ରବି ପ୍ରଥମ ରାଉଣ୍ଡ୍‌ରେ ନ୍ୟୁଜିଲାଣ୍ଡ୍ ପ୍ରତିଦ୍ୱନ୍ଦ୍ୱୀ ସୂରଜଙ୍କୁ ୧୦-୦ରେ ପରାସ୍ତ କରି ସେମିରେ ପହଞ୍ଚିଥିଲେ । ପରେ ସେମିଫାଇନାଲ୍‌ରେ ପାକିସ୍ତାନୀ ପ୍ରତିଦ୍ୱନ୍ଦ୍ୱୀ ଅସଦ୍ ଅଲୀଙ୍କୁ ୧୪-୪ରେ ପରାସ୍ତ କରି ସେ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ । ସେହିପରି ଦିନର ଦ୍ୱିତୀୟ ସ୍ୱର୍ଣ୍ଣପଦକଟି ମହିଳା ରେସଲର୍ ବିନେଶ ଫୋଗାଟ୍ ହାସଲ କରିଛନ୍ତି । ସେ ମହିଳା ୫୩ କିଗ୍ରା ଫ୍ରିଷ୍ଟାଇଲ୍ ଇଭେଣ୍ଟ୍‌ରେ ଶ୍ରୀଲଙ୍କାର ଚାମୋଦ୍ୟା କେଶାନିଙ୍କୁ ପରାସ୍ତ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି । ଏଥିସହ ସେ ପ୍ରଥମ ଭାରତୀୟ ମହିଳା ରେସଲର୍ ଭାବେ ଉଭୟ ରାଜ୍ୟଗୋଷ୍ଠୀ ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣପଦକ ହାସଲର ଗୌରବ ମଧ୍ୟ ଲାଭ କରିଛନ୍ତି । ଅଦ୍ୟାବଧି ପ୍ରତିଯୋଗିତାରେ ଭାରତ ୧୧ଟି ସ୍ୱର୍ଣ୍ଣ ସହ ମୋଟ ୩୩ଟି ପଦକ ହାସଲ କରି ଟେବଲ୍‌ରେ ପଞ୍ଚମ ସ୍ଥାନରେ କାଏମ ରହିଛି । ରବି ଓ ବିନେଶଙ୍କୁ ସ୍ୱର୍ଣ୍ଣପଦକ ବିଜୟଜନିତ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking