27.8 C
Bhubaneswar
Friday, April 19, 2024
Homeକମନୱେଲଥ ଗେମ୍ସରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ : ନବୀନ ଜିତିଲେ ସ୍ୱର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ : ନବୀନ ଜିତିଲେ ସ୍ୱର୍ଣ୍ଣ ପଦକ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣରେ ନବମ ଦିନରେ ଭାରତ ପାଇଁ ରେସଲର୍‌ମାନେ ପଦକ ବିଜୟ ଧାରା ଜାରି ରଖିଛନ୍ତି। ଇଭେଣ୍ଟ୍‌ର ପ୍ରଥମ ଦିନରେ ଶୁକ୍ରବାର ୩ଟି ସ୍ୱର୍ଣ୍ଣ ସମେତ ପ୍ରତିଯୋଗୀମାନେ ୬ଟି ପଦକ ଜିତିଥିବା ବେଳେ ଦ୍ୱିତୀୟ ଦିନରେ ଶନିବାର ଏଥିରେ ଆଉ ୩ଟି ସ୍ୱର୍ଣ୍ଣ ଯୋଡ଼ି ହୋଇଛି । ଏଥିସହ ଏହି ଇଭେଣ୍ଟ୍‌ରେ ରେସଲର୍‌ମାନେ ଅଦ୍ୟାବଧି ୬ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ରେସଲିଂରେ ଦେଶ ପାଇଁ ଚଳିତ ସଂସ୍କରଣରେ ଷଷ୍ଠ ସ୍ୱର୍ଣ୍ଣପଦକଟି ଜିତିଛନ୍ତି ନବୀନ । ସେ ୭୪ କିଗ୍ରା ଫ୍ରିଷ୍ଟାଇଲ୍‌ରେ ପାକିସ୍ତାନର ଶରିଫ୍ ତାହିର୍‌ଙ୍କୁ ୯-୦ରେ ହରାଇ ରାଜ୍ୟଗୋଷ୍ଠୀରେ ନିଜର ପ୍ରଥମ ପଦକ ହାସଲ କରିଛନ୍ତି । ଅଦ୍ୟାବଧି ପ୍ରତିଯୋଗିତାରେ ଭାରତ ୧୨ଟି ସ୍ୱର୍ଣ୍ଣ ସହ ମୋଟ ୩୪ଟି ପଦକ ହାସଲ କରି ଟେବଲ୍‌ରେ ପଞ୍ଚମ ସ୍ଥାନରେ କାଏମ ରହିଛି । ରବି, ବିନେଶ ଓ ନବୀନଙ୍କୁ ସ୍ୱର୍ଣ୍ଣପଦକ ବିଜୟଜନିତ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି ଓ ବିନେଶ ଜିତିଲେ ସ୍ୱର୍ଣ୍ଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking