39.1 C
Bhubaneswar
Friday, April 26, 2024
Homeଅପରାଧନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : କନଷ୍ଟେବଳଙ୍କ ସହ ୪ ଗିରଫ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା : କନଷ୍ଟେବଳଙ୍କ ସହ ୪ ଗିରଫ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଗତ ୧୪ ତାରିଖରେ ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ ଘଟଣାରେ ପୁଲିସ ଆଜି ଥାନାର ଜଣେ କନଷ୍ଟେବଳ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲଙ୍କ ଭିଣୋଇ ତଥା ଧର୍ମଶାଳା ଥାନାର କନେଷ୍ଟବଳ ସନ୍ତୋଷ ବାରିକ, ସୁକିନ୍ଦା ସ୍ଥିତ ତାର ମାଉସୀ ପୁଷ୍ପାଞ୍ଜଳି ବେଉରା, ତାର ସାଙ୍ଗ ଅବଦୁଲ ମୋଫିଜୁଲ ରେହମାନ ଓ ମୋହନ ମହାନ୍ତି ।
ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ନାବାଳିକାକୁ ଅପହରଣ କରିନେଇ ପ୍ରଥମେ କଟକ ଓ ସୁକିନ୍ଦାରେ ରଖି ତାକୁ ୧୯ ତାରିଖ ଅପରାହ୍ନରେ ବାରବାଟୀରେ ଆଣି ଛାଡିଦେଇଥିଲେ । ପୀଡିତା ନାବାଳିକାର ବାପା ତାକୁ ଉଦ୍ଧାର କରି ଧର୍ମଶାଳା ଥାନାକୁ ନେଇଥିଲେ । ପୁଲିସ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକାର ପ୍ରାଥମିକ ଚିକିତ୍ସା କରାଇ ତାକୁ ଯାଜପୁର ମେଡିକାଲକୁ ପଠାଇଥିଲା । ନାବାଳିକାକୁ ଯାଜପୁର ସ୍ଥିତ ସଖି ଗୃହରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ ଓ ତାର ଭାଇ ରୁଦ୍ର ନାରାୟଣ ସାମଲ, ଭଉଣୀ କବିତା ସାହୁ, ବନିତା ପ୍ରଧାନକୁ ଗିରଫ କରି ୧୮ ତାରିଖରେ କୋର୍ଟ ଚାଲାଣ କରି ଘଟଣାର ତଦନ୍ତ ଚଳାଇଥିଲା ।
ଅନ୍ୟପଟେ ବିଚାରପତିଙ୍କ ପାଖରେ ପୀଡିତା ନାବାଳିକାର ୧୬୪ ବୟାନ ରେକର୍ଡ କରାଯାଇ ତାଙ୍କ ବାପାଙ୍କ ଜିମାରେ ଛାଡି ଦିଆଯାଇଥିଲା । ଏବେ ପୀଡିତା ନାବାଳିକା ନିଜ ଘରେ ରହୁଥିବା ବେଳେ ଏହି ଘଟଣାରେ ପୁଲିସ ଅଧିକ ଛାନଭିନ କରି ମୁଖ୍ୟ ଅଭିଯୁକ୍ତର ଭିଣୋଇ ମୋବାଇଲରୁ କଲ୍ ଯାଇଥିବା ଜାଣି ତାକୁ ଗିରଫ କରାଯିବା ସହିତ ସୁକିନ୍ଦା ସ୍ଥିତ ତାର ମାଉସୀ ଓ ମିଲତନଗରର ୨ ଜଣ ସାଙ୍ଗଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି । ଏହି ଘଟଣାରେ ଅଦ୍ୟାବଧି ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking