34.1 C
Bhubaneswar
Friday, March 29, 2024
Homeଓଡିଶାଓସିଏ ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌: ନାଏକ କ୍ରିକେଟ ଓ ନବକିଶୋର କ୍ରିକେଟ କ୍ଳବ ବିଜୟୀ

ଓସିଏ ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌: ନାଏକ କ୍ରିକେଟ ଓ ନବକିଶୋର କ୍ରିକେଟ କ୍ଳବ ବିଜୟୀ

ବଲାଙ୍ଗିର,(ଦେବାଶିଷ ମିଶ୍ର)-ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଓ ରାଜେନ୍ଦ୍ର କଲେଜ ଖେଳ ପଡିଆଠାରେ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ତୃତୀୟ ଦିବସରେ ପ୍ରଥମ ମ୍ୟାଚରେ ଗାନ୍ଧୀଷ୍ଟାଡିୟମଠାରେ ନବକିଶୋର କ୍ଳବ ଓ ପାଟଣାଗଡ ମଧ୍ୟରେ ହୋଇଥିଲା । ନବକିଶୋର ଦଳ ପ୍ରଥମେ ବ୍ୟାଟିଂ କରି ୬ଉଇକେଟ ବିନିମୟରେ ୨୦୮ ରନ୍ ସଂଗ୍ର୍ରହ କରିଥିଲା । ଦଳ ପକ୍ଷରୁ ସୁଜଲ ମହାନ୍ତି ସର୍ବାଧିକ ୫୮, ସୌଭାଗ୍ୟ ପଟେଲ ଅପରାଜିତ ୪୫ ରନ୍ ସଂଗ୍ରହ କରିଥିଲେ । ପାଟଣାଗଡ ଦଳ ପକ୍ଷରୁ ସଫଳ ବୋଲର ଭାବେ ତିକେଶ୍ୱର ମହାରଣ ସର୍ବାଧିକ ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ପାଟଣାଗଡ ଦଳ ସମସ୍ତ ଉଇକେଟ ହରାଇ ୧୯୦ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ । ପାଟଣାଗଡ ଦଳ ତରଫରୁ ସଫଳ ବ୍ୟାଟ୍ସମ୍ୟାନ ଭାବେ ପଲ୍ଲବ ପ୍ରସାଦ ନାଗ ସର୍ବାଧିକ ୬୪, ଜ୍ୟୋତିଷ ପୁରୋହିତ ୩୧ରନ୍ ସଂଗ୍ରହ କରିଥିଲେ । ପାଟଣାଗଡ ଦଳ ୧୮ ରନ୍‌ରେ ପରାଜିତ ହୋଇଥିଲା । ନବକିଶୋର ଦଳ ପକ୍ଷରୁ ସଫଳ ବୋଲର ଭାବେ ଭବାନିଶଙ୍କର ଜାଲ ୪ଗୋଟି ଓ ସୌଭାଗ୍ୟ ପଟେଲ ୩ଗୋଟି ଉଇକେଟ ଅକ୍ତିଆର କରିଥିଲେ ।

ସେହିପରି ଦ୍ୱିତୀୟ ମ୍ୟାଚ ରାଜେନ୍ଦ୍ର କଲେ ଖେଳପଡିଆରେ ନାଏକ କ୍ରୀକେଟ ଏକାଡେମୀ ଓ କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନାଏକ କ୍ରୀକେଟ ଏକାଡେମୀ ଦଳ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୨୧୫ ରନ୍ ହାସଲ କରିଥିଲେ । ନାଏକ କ୍ରୀକେଟ ଏକାଡେମୀ ଦଳ ପକ୍ଷରୁ ଅମିତାବ ସରାଫ ସର୍ବାଧିକ ୫୭, ସନ୍ଦିପ ସେଖର ବେହେରା ୨୭ ରନ୍ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ଫକିର ମୋହନ ଦାସ ୩ଗୋଟି, ପିଙ୍କୁ ହିଆଲ ଓ ହୁଟାସନ ବାଗ ୨ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ କଣ୍ଟାବାଞ୍ଜି ଦଳ ସମସ୍ତ ଉଇକେଟ ହରାଇ ୧୭୮ରନ୍ ସଂଗ୍ରହ କରି ୩୭ରନ୍‌ରେ ପରାଜିତ ହୋଇଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ମିଥୁନ ତାଣ୍ଡି ୭୫ରନ୍‌, ନବୀନ କୂଅଁର ୧୭ରନ୍ ସଂଗ୍ରହ କରିଥିଲେ । ନାଏକ କ୍ରୀକେଟ ଏକାଡେମୀ ଦଳ ତରଫରୁ ସଫଳ ବୋଲର ଭାବେ ଅମିୟ ଧରୁଆ, ପ୍ରିତମଜିତ ମାଇତି ୩ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, କଲ୍ୟାଣ ସେଠ୍‌, ବିଶ୍ୱରଂଜନ ସିଂ,ରାଜେନ୍ଦ୍ର ସେଠ୍ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ରଜତ ଦାସ ଓ ସୁଶିଲ କୁମାର ସୁନ୍ଦରାୟ ଓ ମେନୁଆଲ ସ୍କୋରର୍ ଭାବେ କୁମାରୀ ନିକିତା ଓ ରଶ୍ମିତା ଚିନାରା ଦାୟିତ୍ୱ ବହନ କରିଥିଲେ । ଆଜିର ଏହି ମ୍ୟାଚରେ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରିକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ, ଅରୁଣ କୁମାର ନାଏକ, ଚେତନାନନ୍ଦ ପଣ୍ଡା, ବରିଷ୍ଠ ସଦସ୍ୟ ସତୃଘ୍ନ ସିଂ ଓ ସୁଧିରଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking