31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶରାମେଶ୍ୱରମ୍ କାଫେ ବିସ୍ଫୋରଣ : ଗିରଫ ହେଲେ ଆଉ ୨ ଅଭିଯୁକ୍ତଙ୍କୁ

ରାମେଶ୍ୱରମ୍ କାଫେ ବିସ୍ଫୋରଣ : ଗିରଫ ହେଲେ ଆଉ ୨ ଅଭିଯୁକ୍ତଙ୍କୁ

ବେଙ୍ଗାଲୁର: ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଅବଦୁଲ ମେଟେନ ତାହା ଏବଂ ମୁସାଭିର ହୁସେନ୍ ଶାଜିବ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବୋମା ବିସ୍ଫୋରଣକାରୀ। ଏହି ଘଟଣାର ତଦନ୍ତ କରୁଥିବା ଏନଆଇଏ ମୁସାଭିର ହୁସେନ୍ ଶାଜିବଙ୍କୁ ଏହି ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ଗତମାସରେ ଏନ୍‌ଆଇଏ ମୁଜାମ୍ମିଲ ସରିଫକୁ ୩ଟି ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା। ମାର୍ଚ୍ଚ ୧ରେ ହୋଇଥିବା ଏହି ବିସ୍ଫୋରଣରେ ଅନେକ ଗ୍ରାହକ ଓ ହୋଟେଲ କର୍ମଚାରୀ ଆହତ ହୋଇଥିଲେ, ଯେଉଁଥିରେ ଲୋକପ୍ରିୟ କାଫେର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ମାମଲାରେ ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଲଜିଷ୍ଟିକ୍ ସହାୟତା ଦେଇଥିବା ମୁଜାମ୍ମିଲ ସରିଫକୁ ଏନ୍‌ଆଇଏ ଟିମ୍ କର୍ଣ୍ଣାଟକର ୧୨ଟି, ତାମିଲନାଡୁର ୫ଟି ଓ ଉତ୍ତରପ୍ରଦେଶର ଗୋଟିଏ ସ୍ଥାନରେ ଚଢ଼ଉ କରିବା ପରେ ଗିରଫ କରିଥିଲା। ମାର୍ଚ୍ଚ ୩ ତାରିଖରେ ତଦନ୍ତ ଦାୟିତ୍ୱ ନେଇଥିବା ଏନ୍‌ଆଇଏ ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ମୁସାବୀର ସାଜିବ ହୁସେନକୁ ଚିହ୍ନଟ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking